ବାଇକ ରାଲିରେ ଗୁଳିକାଣ୍ଡ: ୩ ମୃତ, ୫ ଆହତ…

ମେକ୍ସିକୋ ସିଟି,୨୮।୫ : ଆମେରିକାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ରେଡ ନଦୀ ଅଞ୍ଚଳରେ ଏକ ମୋଟରସାଇକେଲ ରାଲିରେ ଗୁଳକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ପୋଲିସ ଗୁଳି ଚଳାଇଥିବା ଲୋକଙ୍କୁ ଗିରଫ କରିଛି।

ମେୟର ଲିଣ୍ଡା କଲହୋନ କହିଛନ୍ତି ଗୁଳକାଣ୍ଡରେ ୫ ଜଣ ଆହତ ହୋଇଛନ୍ତି। ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସ (ଏନଏମଏସପି) ଅନୁଯାୟୀ ଆହତମାନଙ୍କ ମଧ୍ୟରୁ ଜଣକୁ ଡେନଭରର ଏକ ଡାକ୍ତରଖାନାକୁ ନିଆଯାଇଥିଲା।

ଏହାପୂର୍ବରୁ ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସ ଏକ ଟୁଇଟରେ କହିଛି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମେୟର କହିଛନ୍ତି ଗୁଳିକାଣ୍ଡ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ପୋଲିସ ହେପାଜତରେ ଅଛନ୍ତି।

ମେୟର ଲିଣ୍ଡା କାଲହୋନ କହିଛନ୍ତି ଏଥିରେ ସମ୍ପୃକ୍ତ ଥିବା ସମସ୍ତେ ବାଇକର୍‌ ଗ୍ୟାଙ୍ଗର ସଦସ୍ୟ। ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସ କହିଛି ଏହି ଅଞ୍ଚଳ ବର୍ତ୍ତମାନ ସୁରକ୍ଷିତ ଅଛି ଏବଂ ସହରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସର ସୂଚନାନୁସାରେ, ରେଡ ନଦୀ ମେମୋରିଆଲ ଡେ ମୋଟରସାଇକେଲ ରାଲିରେ ଏହି ଘଟଣା ଘଟିଥିଲା। ଏହି ବାର୍ଷିକ ରାଲିରେ ମେମୋରିଆଲ ଡେ ୱିକେଣ୍ଡ ପାଇଁ ସହରର ମୁଖ୍ୟ ରାସ୍ତାରେ ହଜାର ହଜାର ଲୋକଙ୍କ ଅଂଶଗ୍ରହଣ କରିଥିଲେ।

ରାଜ୍ୟ ପୋଲିସ କହିଛି ଅନ୍ୟ ଆହତ ଲୋକଙ୍କୁ ତାଓସର ହୋଲି କ୍ରସ ହସ୍ପିଟାଲ ଏବଂ ଆଲବୁକେର୍କୁ ନ୍ୟୁ ମେକ୍ସିକୋ ହେଲ୍ଥ ୟୁନିଭରସିଟିରେ ଚିକିତ୍ସା ପାଇଁ ନିଆଯାଇଥିଲା।

Share