ଟ୍ରକ୍‌ ସହ ବାଇକ ଧକ୍କା: ଜଣଙ୍କ ଜୀବନ ଗଲା

ଜମନକିରା,୩୦।୫: ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛିି। ଟ୍ରକ୍‌ ସହ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଜମନକିରା ଥାନା ଚିନିମହୁଲ ଗାଁର ବିପ୍ର କିଷାନ (୨୪) ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖିଛି। ଏନେଇ ପୋଲିସ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେ କରି ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ପଠାଇଥିବା ପୋଲିସ କହିଛି।