ସଞ୍ଜ ନିଆଁରୁ ଜଳିଗଲା ବାଇକ୍‌, ୨ ଗୁରୁତର

ଜଗତ୍‌ସିଂହପୁର ଅଫିସ, ୧୨।୪: ଜଗତ୍‌ସିଂହପୁର ସହର ନିକଟ ମଠ ତର୍ତ୍ତଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସଞ୍ଜ ନିଆଁ ସଂସ୍ପର୍ଶରେ ଆସି ଏକ ବାଇକ୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୨ ଗୁରୁତର ଓ ୨ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ଏହି ଗାଁର ପାପୁନି ଦାସ, ପ୍ରଦୀପ୍ତ ସେଠୀ ଏବଂ ଆହତମାନେ ହେଲେ ପ୍ରଦୀପ୍ତଙ୍କ ପୁଅ ରଞ୍ଜନ ଓ ସ୍ମୃତିରଞ୍ଜନ ସେଠୀ। ପାପୁନି ଓ ପ୍ରଦୀପ୍ତଙ୍କ ଶରୀରର ୯୦ ଓ ୪୦ ପ୍ରତିଶତ ପୋଡ଼ିଯାଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏ ସମ୍ପର୍କରେ ମଠ ତର୍ତ୍ତଙ୍ଗ ଗ୍ରାମର ତଥା ଜିଲା ପରିଷଦ ସଭାପତି ମନୋଜ ଭୋଇ କହିଛନ୍ତି, ଗ୍ରାମରେ ପ୍ରଦୀପ୍ତ ଏକ ଷ୍ଟେସ୍‌ନାରି ଦୋକାନ କରିଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ସେଠାରେ ପେଟ୍ରୋଲ ଆଣି ବିକ୍ରି କରିଥାନ୍ତି। ସୋମବାର ସନ୍ଧ୍ୟାରେ ଦୋକାନ ନିକଟ ଗଛମୂଳ ଠାକୁରାଣୀଙ୍କ ନିକଟରେ ଜଣେ ଝିଅ ସଞ୍ଜ ଦେଇଥିଲେ। ଦୋକାନୀ ପ୍ରଦୀପ୍ତ ଏକ ବଡ ଜାର୍‌କିନିରୁ ଛୋଟକୁ ପେଟ୍ରୋଲ ଢ଼ାଳିବା ପାଇଁ ପାଖରେ ଥିବା ପାପୁନିଙ୍କ ସହାୟତା ନେଇଥିଲେ। ସଞ୍ଜ ଜଳୁଥିବା ସ୍ଥାନର କିଛି ଦୂରରେ ପାପୁନି ଛୋଟ ଜାର୍‌କିନି ଧରିଥିବାବେଳେ ପ୍ରଦୀପ୍ତ ପେଟ୍ରୋଲ ଢାଳୁଥିଲେ । ଏହି ସମୟରେ କୌଣସିମତେ ନିଆଁ ସଂସ୍ପର୍ଶରେ ଆସି ଜାର୍‌କିନି ଫାଟି ଯାଇଥିଲା। ନିଆଁ ଛିଟିକି ପ୍ରଦୀପ୍ତଙ୍କ ବାଇକ୍‌ ଉପରେ ପଡ଼ିବାରୁ ତାହା ଜଳିଯାଇଥିଲା। ଘଟଣାସ୍ଥଳରେ ପାପୁନିଙ୍କ ସହ ପ୍ରଦୀପ୍ତ ପୋଡ଼ିଯାଇଥିବାବେଳେ ତାଙ୍କ ପୁଅ ଓ ପୁତୁରା ଆହତ ହୋଇଥିଲେ। ନିଆଁର କୋପ ଏତେ ଅଧିକ ଥିଲା ଯେ, ନିକଟରେ ଥିବା ଏକ ନିମ୍ବ ଓ ବେଲ ଗଛ ସମେତ କିଛି ଧାନ ପୋଡ଼ି ଯାଇଥିଲା। ସଙ୍ଗେସଙ୍ଗେ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରଦୀପ୍ତଙ୍କ ପୁଅ ଆଶୁ ଚିକିତ୍ସା ହେବାପରେ ଘରକୁ ଫେରିଛନ୍ତି। କିନ୍ତୁ ପାପୁନି, ପ୍ରଦୀପ୍ତ ଓ ସ୍ମୃତିରଞ୍ଜନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପାପୁନିଙ୍କ ମୁଣ୍ଡକୁ ଛାଡିଦେଲେ ଅବଶିଷ୍ଟ ଅଂଶ ପୋଡିଯାଇଛି । ସ୍ମୃତିରଞ୍ଜନଙ୍କ ଗୋଟିଏ ଗୋଡର ଅଧିକାଂଶ ପୋଡି ଯାଇଥିଲେ ସୁଦ୍ଧା ଅବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ତର୍ତ୍ତଙ୍ଗ ଅଣାଯାଇଛି । ଏନେଇ ଜଗତ୍‌ସିଂହପୁର ଥାନା ପକ୍ଷରୁ ଏଏସ୍‌ଆଇ ନୟନା ଲେକାଙ୍କ ଅଭିଯୋଗ ଆଧାରରେ ମାମଲା (ନଂ.୨୫୦/୨୩) ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶୁଭ୍ରାଂଶୁ ପରିଡ଼ା କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri