ସଞ୍ଜ ନିଆଁରୁ ଜଳିଗଲା ବାଇକ୍‌, ୨ ଗୁରୁତର

ଜଗତ୍‌ସିଂହପୁର ଅଫିସ, ୧୨।୪: ଜଗତ୍‌ସିଂହପୁର ସହର ନିକଟ ମଠ ତର୍ତ୍ତଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସଞ୍ଜ ନିଆଁ ସଂସ୍ପର୍ଶରେ ଆସି ଏକ ବାଇକ୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୨ ଗୁରୁତର ଓ ୨ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ଏହି ଗାଁର ପାପୁନି ଦାସ, ପ୍ରଦୀପ୍ତ ସେଠୀ ଏବଂ ଆହତମାନେ ହେଲେ ପ୍ରଦୀପ୍ତଙ୍କ ପୁଅ ରଞ୍ଜନ ଓ ସ୍ମୃତିରଞ୍ଜନ ସେଠୀ। ପାପୁନି ଓ ପ୍ରଦୀପ୍ତଙ୍କ ଶରୀରର ୯୦ ଓ ୪୦ ପ୍ରତିଶତ ପୋଡ଼ିଯାଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଏ ସମ୍ପର୍କରେ ମଠ ତର୍ତ୍ତଙ୍ଗ ଗ୍ରାମର ତଥା ଜିଲା ପରିଷଦ ସଭାପତି ମନୋଜ ଭୋଇ କହିଛନ୍ତି, ଗ୍ରାମରେ ପ୍ରଦୀପ୍ତ ଏକ ଷ୍ଟେସ୍‌ନାରି ଦୋକାନ କରିଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ସେଠାରେ ପେଟ୍ରୋଲ ଆଣି ବିକ୍ରି କରିଥାନ୍ତି। ସୋମବାର ସନ୍ଧ୍ୟାରେ ଦୋକାନ ନିକଟ ଗଛମୂଳ ଠାକୁରାଣୀଙ୍କ ନିକଟରେ ଜଣେ ଝିଅ ସଞ୍ଜ ଦେଇଥିଲେ। ଦୋକାନୀ ପ୍ରଦୀପ୍ତ ଏକ ବଡ ଜାର୍‌କିନିରୁ ଛୋଟକୁ ପେଟ୍ରୋଲ ଢ଼ାଳିବା ପାଇଁ ପାଖରେ ଥିବା ପାପୁନିଙ୍କ ସହାୟତା ନେଇଥିଲେ। ସଞ୍ଜ ଜଳୁଥିବା ସ୍ଥାନର କିଛି ଦୂରରେ ପାପୁନି ଛୋଟ ଜାର୍‌କିନି ଧରିଥିବାବେଳେ ପ୍ରଦୀପ୍ତ ପେଟ୍ରୋଲ ଢାଳୁଥିଲେ । ଏହି ସମୟରେ କୌଣସିମତେ ନିଆଁ ସଂସ୍ପର୍ଶରେ ଆସି ଜାର୍‌କିନି ଫାଟି ଯାଇଥିଲା। ନିଆଁ ଛିଟିକି ପ୍ରଦୀପ୍ତଙ୍କ ବାଇକ୍‌ ଉପରେ ପଡ଼ିବାରୁ ତାହା ଜଳିଯାଇଥିଲା। ଘଟଣାସ୍ଥଳରେ ପାପୁନିଙ୍କ ସହ ପ୍ରଦୀପ୍ତ ପୋଡ଼ିଯାଇଥିବାବେଳେ ତାଙ୍କ ପୁଅ ଓ ପୁତୁରା ଆହତ ହୋଇଥିଲେ। ନିଆଁର କୋପ ଏତେ ଅଧିକ ଥିଲା ଯେ, ନିକଟରେ ଥିବା ଏକ ନିମ୍ବ ଓ ବେଲ ଗଛ ସମେତ କିଛି ଧାନ ପୋଡ଼ି ଯାଇଥିଲା। ସଙ୍ଗେସଙ୍ଗେ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରଦୀପ୍ତଙ୍କ ପୁଅ ଆଶୁ ଚିକିତ୍ସା ହେବାପରେ ଘରକୁ ଫେରିଛନ୍ତି। କିନ୍ତୁ ପାପୁନି, ପ୍ରଦୀପ୍ତ ଓ ସ୍ମୃତିରଞ୍ଜନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପାପୁନିଙ୍କ ମୁଣ୍ଡକୁ ଛାଡିଦେଲେ ଅବଶିଷ୍ଟ ଅଂଶ ପୋଡିଯାଇଛି । ସ୍ମୃତିରଞ୍ଜନଙ୍କ ଗୋଟିଏ ଗୋଡର ଅଧିକାଂଶ ପୋଡି ଯାଇଥିଲେ ସୁଦ୍ଧା ଅବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ତର୍ତ୍ତଙ୍ଗ ଅଣାଯାଇଛି । ଏନେଇ ଜଗତ୍‌ସିଂହପୁର ଥାନା ପକ୍ଷରୁ ଏଏସ୍‌ଆଇ ନୟନା ଲେକାଙ୍କ ଅଭିଯୋଗ ଆଧାରରେ ମାମଲା (ନଂ.୨୫୦/୨୩) ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶୁଭ୍ରାଂଶୁ ପରିଡ଼ା କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri