ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ

ମନମୁଣ୍ଡା,୧୯ା୯(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ରାସ୍ତାରେ ବାଇକ୍‌ ଦୁର୍ଘଟଣା ଘଟିଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୋମବାର ଅପରାହ୍ନରେ ଶଗଡା ପଞ୍ଚାୟତର ସିଗାଡି ଗ୍ରାମର ଗୋବର୍ଦ୍ଧନ ମଲିକ (୪୦) ଓ ଚୁହୁରାକନ ଗ୍ରାମର ପ୍ରମୋଦ କହଁର ଏକ ମୋଟର ସାଇକେଲ ଓଡି-୩୧-୯୭୫୨ ଯୋଗେ ଶଗଡାରୁ ନିଜ ଗ୍ରାମକୁ ଆସୁଥିଲେ। ଭାଲିଆପଦର ମେଟାକାନି ନିକଟରେ ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁ ଉଭୟେ ଗୁରୁତର ଆହତ ହୋଇପଡିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ମନମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେମେଡିକାଲରେ ଡାକ୍ତର ଗୋବର୍ଦ୍ଧନ ମଲିକଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମୋଦ ଗୁରୁତର ହେବାରୁ ତାଙ୍କୁ ସୋନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମନମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି...

ପୋଲିସ ଆଉଟ ପୋଷ୍ଟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ପିତ୍ତଳ ଛକରେ ଏକ ପୋଲିସ ଆଉଟପୋଷ୍ଟ ସ୍ଥାପନ ନିମନ୍ତେ ରାଜ୍ୟ ଗୃହ ବିଭାଗ...

ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା

କଟକ ଅଫିସ୍‌,୨୪।୧୨: ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ...

ଭତାରୁ ବଁଚିତ୍‌ ୭୦ ବଛ୍‌ରିଆ ଲୋଚନା

ଖପ୍ରାଖୋଲ,୧୨।୬(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ ଆର ମଦୁବାବୁ ପେନସନ ଯୋଜନାରେ ଭତା...

ମାଲକାନଗିରିରେ ବଢ଼ିଚାଲିଛି ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା: ଦମ୍ପତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁଣିଗାରେଡ଼ି ସନ୍ଦେହ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଦୁଇଦିନ ତଳେ ମା’-ଝିଅଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ...

ଫେସ୍‌ବୁକ ଷ୍ଟାଟସରେ କରୋନା ଗୁଜବ

ରାୟଗଡ଼ା ଅଫିସ,୧୪।୩: ସୋସିଆଲ ମିଡିଆରେ କରୋନା ଭାଇରସ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଶୁକ୍ରବାର ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଅଭିଯୁକ୍ତ...

ବ୍ଲକ୍‌ର ଅଧା ଜମି ପଡ଼ିଆ

ଛେଣ୍ଡିପଦା,୩୧ା୭(ସ୍ବ.ପ୍ର.) ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିବ ବୋଲି ପୂର୍ବାନୁମାନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଚାଷୀମାନେ ଏବେ ଚିନ୍ତାରେ। ଶ୍ରାବଣ...

ଧାନକିଣା ବାଟବଣା: ୧୫ଦିନ ହେଲା ମଣ୍ଡିରୁ ଉଠୁନି ଧାନ

ଜୁନାଗଡ,୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଧାନକିଣା ବାଟବଣା ହୋଇଛି। ବ୍ଲକର ଅନେକ ମଣ୍ଡିରେ ଟାର୍ଗେଟ ସରିଯାଇଥିବା ଆଳ ଦେଖାଇ ଧାନ ଉଠାଣ କରାଯାଉନାହିଁ। ଫଳରେ...

Advertisement
Archives

Model This Week