Categories: ଗଞ୍ଜାମ

ବାଇକ୍‌ ଦୁର୍ଘଟଣା: ୨ ଶିଶୁ ଗୁରୁତର

ସୋରଡ଼ା,୧୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନେ ଗଜଲବାଡିର ରାଜୀବ ନାୟକ ସ୍ତ୍ରୀ ଓ ଦୁଇ ଶିଶୁ ସହ ବାଇକ୍‌ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ସୋରଡା ପୋଲିସ ଏସଆଇ ଆର୍ତ୍ତତ୍ରାଣ ଦାନି ସମେତ ପାଟ୍ରୋଲିଂ ଗାଡି ଉକ୍ତ ରାସ୍ତା ଦେଇ ଗାଜଲବାଡ଼ି ଯାଉଥିଲା। ରାସ୍ତା ପାର୍ଶ୍ୱରେ ଗୁରୁତର ଅବସ୍ଥାରେ ୨ ଶିଶୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ମା’ ବାପା ପାଖରେ ବସି କାନ୍ଦୁଥିଲେ। ଏସ୍‌ଆଇ ସମସ୍ତଙ୍କୁ ସୋରଡା ଡାକ୍ତରଥଖାନାରେ ପହଞ୍ଚାଇ ଥିଲେ ।