Categories: ଜାତୀୟ

ବିକାଶ ଦୁବେ ଗିରଫ ହୋଇଛନ୍ତି ନା କରିଛନ୍ତି ଆତ୍ମସମର୍ପଣ ସରକାର କରନ୍ତୁ ସ୍ପଷ୍ଟ: ଅଖିଳେଶ

ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଏନେଇ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାରଙ୍କୁ ଘେରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ, ବିକାଶ ଦୁବେ ଗିରଫ ହୋଇଛନ୍ତି ନା ଆତ୍ମସମର୍ପଣ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହା ସହିତ ବିକାଶଙ୍କ ମୋବାଇଲ୍‌ର ସିଡିଆର୍‌କୁ ପ୍ରକାଶ କରିବାକୁ ସେ କହିଛନ୍ତି। ଅଖିଳେଶ ଟୁଇଟ୍‌ କରି ଏଭଳି କହିଛନ୍ତି। ଏବେ ଅଖିଳେଶଙ୍କ ଟୁଇଟ୍‌ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share