Posted inଜାତୀୟ

ବଡ଼ ଘୋଷଣା କଲେ ବିକାଶ ଦିବ୍ୟକୀର୍ତ୍ତି, ପ୍ରତ୍ୟେକଙ୍କୁ ଦେବେ ୧୦ ଲକ୍ଷ

ନୂଆଦିଲ୍ଲୀ, ୦୨।୦୮: ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ନିକଟରେ ହୋଇଥିବା ଦୁର୍ଘଟଣାକୁ ନେଇ ବଡ଼ ଘୋଷଣା କରିଛନ୍ତି । ୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରୁ ୩ ଆଶାୟୀଙ୍କ ମୃତ୍ୟୁ ଓଲ୍ଡ ରାଜେନ୍ଦ୍ର ନଗରର ରାଓ ଆଇଏଏସ୍‌ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ହୋଇଥିବା ବେଳେ ଅନ୍ୟଜଣେ ଛାତ୍ରଙ୍କର କରେଣ୍ଟ ମାରିବା କାରଣରୁ ହୋଇଥିଲା । ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସେ ଏହି ଘୋଷଣା କରିଛନ୍ତି ।

ସେ ଏନେଇ କହିଛନ୍ତି ଯେ, ଓଲ୍ଡ ରାଜେନ୍ଦ୍ର ନଗରରେ ହୋଇଥିବା ଦୁର୍ଘଟଣାରେ ୪ ଆଶାୟୀଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ପାଣି ଜମିଥିବା ବେଳେ ସେଥିରୁ କରେଣ୍ଟ ଲାଗି ନିଲେଶ ରାୟ ନାମକ ଛାତ୍ରର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ବିଦ୍ୟାର୍ଥୀ ଶ୍ରେୟା ଯାଦବ, ତାନ୍ୟା ସୋନି ଏବଂ ନବୀନ ଡାଲ଼୍ବିନ ଏକ କୋଚିଂ ସେଣ୍ଟରରେ ଆକସ୍ମିକ ପାଣି ପଶି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।
ଏହି ସମୟ ନିଶ୍ଚିତ ଭାବରେ ଏହି ବିଦ୍ୟାର୍ଥୀମାନଙ୍କ ପରିବାର କଠିନ ସ୍ଥିତି। ଏହି ପରିସ୍ଥିତିରେ ଆମେ ସେମାନଙ୍କ ପରିବାର ସହିତ ଛିଡ଼ା ହେବୁ । ଆମେ ଯେତେ ଟଙ୍କା ଦେଲେ ମଧ୍ୟ ଏହା ସେମାନଙ୍କ ପରିବାରର କଷ୍ଟକୁ ଲାଘବ କରିପାରିବ ନାହିଁ ସେ ଏନେଇ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri