ବିକାଶ ଧାରା ଓଡ଼ିଶା ସାରା, ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଜଣାଇ…

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର, ଡୁମେରପଦର ଓ ଥୁଆମୂଳ ପଞ୍ଚାୟତଠାରେ ‘ବିକାଶ ଧାରା ଓଡ଼ିଶା ସାରା’ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସିନ୍ଧିପଦର ସରପଞ୍ଚ ଗୀତାଞ୍ଜଳି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଗା ଶିବିରରେ ଭାଜପା ବରିଷ୍ଠ ନେତା ବାଜ୍ରା ଭୋଇ, ବାମୁନୁ ନାଏକ ଓ ଅଭିମନ୍ୟୁ ନାଏକ ଯୋଗଦେଇ ସରକାରଙ୍କ ଯୋଜନା ବାବଦରେ ସଚେତନତା ସୃଷ୍ଟି କରିଥିଲେ।

ସରକାରୀ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୨୫୭ ଜଣ, ଆୟୁଷ୍ମାନ ବୟୋବନ୍ଦନ ଯୋଜନାରେ ୮୩ ଜଣ, ସୁଭଦ୍ରା ଶକ୍ତି ସମାବେଶରେ ୧୯୬ ଜଣ ଏବଂ ଆଇଇସି କାର୍ଯ୍ୟକ୍ରମରେ ୪୦୧ ଜଣ ସାମିଲ ହୋଇଥିଲେ। ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୩ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ଏଥିସହ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା। ଏଥିରେ ନାଏବ ସରପଞ୍ଚ ଲୁଦ୍ରା ମାଝୀ, ସିଏଚଓ କମଳିନୀ ସବର ଓ ପିଇଓ ବିଶିଷ୍ଟ ଶବର ପ୍ରମୁଖ ଉପସ୍ଥିତ ଥିଲେ। ସେଭଳି ଡୁମେରପଦର ସରପଞ୍ଚ ରାଏମତୀ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଲକ୍ଷ୍ମୀଧର ନାଏକ, ହରେକୃଷ୍ଣ ନାଏକ, ନିରଞ୍ଜନ ନାଏକ, ଚନ୍ଦନ ନାଏକ ଓ ଟେକାରାମ ନାଏକ ଯୋଗଦେଇଥିଲେ। ଏଥିରେ ପ୍ରଶାସନିକ ଅଧିକାରୀ ଯନ୍ତ୍ରୀ ମଳୟ ଶତପଥୀ, ପିଇଓ ଜୟନ୍ତ ପଟେଲ ଓ ସେଲ୍ସମ୍ୟାନ ଲଛମନ ନାଏକ ଉପସ୍ଥିତ ରହି ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଥୁଆମୂଳ ସରପଞ୍ଚ ବଳଭଦ୍ର ଜାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଜପା ମଣ୍ଡଳ ସାଧାରଣ ସମ୍ପାଦକ ଆଲୋକ କୁମାର ନାଏକ, ଶ୍ୟାମସୁନ୍ଦର ପୂଜାରୀ ଓ ସହଦେବ ନାଏକ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରକୃତ ହିତାଧିକାରୀଙ୍କୁ ସିଧାସଳଖ ସହାୟତା ସ୍ବରୂପ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୧୨ ଜଣଙ୍କୁ ନୂତନ ରାଶନକାର୍ଡ ଏବଂ ୫ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପିଇଓ ସୋମଦତ୍ତ ପଣ୍ଡା, ଜିଆରଏସ୍‌ ଆଦବାରୁ ମାଝୀ, ଜିଓ ଟ୍ୟାଗ ଅଧିକାରୀ ସୁରେଶ ନାଏକ ଏବଂ ଏମ୍ବିକେ ଅନୁରାଧା ନାଏକ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share