‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଯୋଜନା ଅଧିକାରୀ ଦୀପକ କୁମାର ପରିଡ଼ା , ବ୍ଲକ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଯନ୍ତ୍ରୀ ସୁବ୍ରତ କୁମାର ସାହୁ, ବ୍ଲକ ମଙ୍ଗଳ ଅଧିକାରିଣୀ ପୂଜାରାଣୀ ସ୍ବାଇଁ, ମିଲନ ସ୍ବାଇଁ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ, ଜାତି ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ବର୍ଗର ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଆତ୍ମନିର୍ଭରଶୀଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବ୍ଲକର ବିଭିନ୍ନ ବିଦ୍ୟାଳୟର ଜାତି ଜନଜାତି, ପଛୁଆ ବର୍ଗ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ଦାସ, ସୁନ୍ଦର ମୋହନ ସିଂ, କବୀର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା। ବ୍ଲକ ପରିସରରେ ଆତ୍ମ ନିର୍ଭରଶୀଳ ପ୍ରଦର୍ଶନୀ ମେଳାକୁ ଅତିଥିମାନେ ବୁଲି ଦେଖିଥିଲେ।

Dharitri – Odisha’s No.1 Odia Daily

Share