Posted inରାଜ୍ୟ

ବିଜୁ ଗଁ। ଗାଡ଼ି ଅଗଡ଼

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗ୍ରାମାଞ୍ଚଳକୁ ଉତ୍ତମ ଯୋଗାଯୋଗ ଲକ୍ଷ୍ୟ ନେଇ ୨୦୧୪ ଫେବୃୟାରୀ ୨୨ରେ ରାଜ୍ୟରେ ଗଡ଼ିଥିଲା ‘ବିଜୁ ଗଁ। ଗାଡ଼ି’। ହେଲେ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନେ ବାଧକ ସାଜିଛନ୍ତି। ସେମାନଙ୍କ ଘରୋଇ ବସ୍‌ ପ୍ରୀତି ଯୋଗୁ ଯୋଜନା ଆରମ୍ଭ ହେବାର ୨/୩ ବର୍ଷ ମଧ୍ୟରେ ସତେ ଯେମିତି ସ୍ଥାଣୁ ପାଲଟିଯାଇଛି। ଯୋଜନାରେ କେତେଜଣ ଗାଡ଼ି କିଣିଥିଲେ ମଧ୍ୟ ପର୍‌ମିଟ ନ ପାଇ ହାତବାନ୍ଧି ବସିଛନ୍ତି। ଯେଉଁ କେତେକ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚାଲୁଛି ଖର୍ଚ୍ଚ ଉଠୁ ନ ଥିବାରୁ ସେଥିରୁ ମଧ୍ୟ ଅଧିକାଂଶ ବନ୍ଦ ହୋଇଗଲାଣି।

ଦୁର୍ଗମ ଓ ମାଓବାଦୀପ୍ରବଣ ଅଞ୍ଚଳକୁ ପରିବହନ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨ ଜିଲାର ୧୧୮ ବ୍ଲକରେ ବିଜୁ ଗଁା ଗାଡ଼ି ଚଳାଇଥିଲେ। ସେହି ଜିଲାଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, କେନ୍ଦୁଝର, ସମ୍ବଲପୁର ଏବଂ ସୁନ୍ଦରଗଡ଼। ଦ୍ୱିତୀୟ ପର୍ଯ୍ୟାୟରେ ଏହା ଆଉ ୫ଟି ଜିଲା ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର ଏବଂ ଦେବଗଡ଼କୁ ସମ୍ପ୍ରସାରଣ କରାଯାଇଥିଲା। ପରେ ରାଜ୍ୟର ବାକି ୧୩ଟି ଜିଲାରେ ପରିବହନ ସେବା ନ ଥିବା ପଞ୍ଚାୟତଗୁଡ଼ିକୁ ଏହି ଯୋଜନାରେ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବସ୍‌ ଓ ଅନ୍ୟ ଯାତ୍ରୀବାହୀ ଗାଡ଼ିମାଲିକଙ୍କୁ ରାଜ୍ୟ ସରକାର ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତଦନୁଯାୟୀ ଯେଉଁମାନେ ବସ୍‌ କିମ୍ବା ଅନ୍ୟାନ୍ୟ ଛୋଟ ଯାତ୍ରୀ ପରିବହନ ଯାନ ଚଳାଇବେ, ସେମାନଙ୍କୁ ରୋଡ୍‌ ଟ୍ୟାକ୍ସ ଅଥବା ପର୍‌ମିଟ ଫି’ ୫ ବର୍ଷ ଯାଏ ଦେବାକୁ ପଡ଼ିବ ନାହିଁ। ଏଥିସହିତ ଯାତ୍ରୀବାହୀ ଗାଡ଼ି କିଣିଲେ ଋଣ ସୁଧ ଉପରେ ସ୍ବତନ୍ତ୍ର ରିହାତି ୫ ପ୍ରତିଶତ ମିଳିବ। ପ୍ରଥମ ପର୍ଯ୍ୟାୟରେ ୧୦ରୁ ୨୬ ଜଣ ବସି ଯିବା ଭଳି ଯାତ୍ରୀବାହୀ ଗାଡ଼ିକୁ ଅନୁମତି ଦିଆଯାଇଥିଲା। ୨୦୧୫ରେ ଏହାକୁ ସର୍ବନିମ୍ନ ୭ ଯାତ୍ରୀ ବସିବା କ୍ଷମତାଥିବା ଯାନଗୁଡ଼ିକ ପାଇଁ ଅନୁମତି ମିଳିଥିଲା। ୧୨ଟି ଜିଲାରେ ପ୍ରଥମ ବର୍ଷରେ ୧ ହଜାର ଯାନ ଚାଲିବାକୁ ଅନୁମତି ଦିଆଯାଇଥିଲା। ଗାଡ଼ି କ୍ରୟ ବାବଦରେ ହିତାଧିକାରୀଙ୍କୁ ସୁଧ ରିହାତି ବାବଦରେ ୪.୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ୧୦୦ ବସ୍‌ ଚଳାଇବାକୁ ଓଡ଼ିଶା ସଡ଼କ ପରିବହନ ନିଗମକୁ ୨୧ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା। କିନ୍ତୁ ଆର୍‌ଟିଓମାନଙ୍କ ସ୍ଥାନୀୟ ଘରୋଇ ବସ୍‌ ମାଲିକ ସଂଘ ସହ ସଲାସୁତରା ଯୋଗୁଁ ବିଜୁ ଗଁା ଗାଡ଼ି ଅଗଡ଼ ହୋଇପଡ଼ିଛି। ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା କଁା ଭଁା କିଛି ଗାଡ଼ି ଗଡୁଥିଲେ ମଧ୍ୟ ଏହା ଗଁା ଲୋକଙ୍କୁ ଫାଇଦା ଦେଇପାରୁ ନାହିଁ।
ଆର୍‌ଟିଓମାନଙ୍କର କାର୍ଯ୍ୟକଳାପକୁ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆର୍‌ଟିଓମାନେ ଏହି ଯୋଜନାରେ ଅଧିକ ଯାନବାହନ ସାମିଲ କରିବା ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହା ଏକପ୍ରକାର ବିଫଳ ହୋଇଥିବା ସିଏଜି ଯାଞ୍ଚ ବେଳେ ଜାଣିବାକୁ ପାଇଛନ୍ତି। ଯାତ୍ରୀମାନଙ୍କ ଚଲାପଥକୁ ବିଚାରକୁ ନିଆ ନ ଯିବା ଯୋଗୁ ଏପରି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ଆର୍‌ଟିଓଙ୍କ ବେଆଇନ କାରବାର ଯୋଗୁ ସରକାରଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଛି। କାରଣ ଏହି ଯୋଜନାରେ ଗଜପତି, କୋରାପୁଟ ଏବଂ ସୁନ୍ଦରଗଡ଼ ଜିଲା ଆର୍‌ଟିଓ ଅଧୀନରେ ୧୬୯ ଯାନ ବିନା ପର୍‌ମିଟରେ ଚଳାଚଳ କରୁଥିଲା। ଆଶ୍ଚର୍ଯ୍ୟ କଥା ହେଉଛି, ପର୍‌ମିଟ ନ ଥିବା ଉକ୍ତ ଯାନଗୁଡ଼ିକ ମଧ୍ୟରୁ ୧୧୯ଟି ଯାନକୁ ବେଆଇନ ଭାବେ ପର୍‌ମିଟ ଫି’ ଏବଂ ରୋଡ୍‌ ଟିକସ ମଧ୍ୟ ଛାଡ଼ କରାଯାଇଛି। ଏଥିଯୋଗୁ ବିଜୁ ଗାଁ ଗାଡ଼ି ଯୋଜନାରେ ରାଜକୋଷରୁ ୨୧.୯୬ ଲକ୍ଷ ଟଙ୍କାର କ୍ଷତି ହୋଇଛି। ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ ପୂର୍ବରୁ ମାର୍ଗ ଚିହ୍ନଟ ହୋଇ ନ ଥିବାରୁ ଏହାର ଫାଇଦା ଗ୍ରାମାଞ୍ଚଳ ଲୋକଙ୍କୁ ମିଳି ପାରି ନ ଥିବା ସିଏଜି ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଏହି ଯୋଜନାରେ ବସ୍‌ ଚଳାଇବାକୁ ଆଗ୍ରହ ଦେଖାଇଥିବା କୋରାପୁଟର ମଳୟ ଆଶା କହିଛନ୍ତି ଯେ ଆର୍‌ଟିଓମାନଙ୍କର ମନମାନି, ରୁଟ୍‌ ପର୍‌ମିଟ ନ ଦେବା ଯୋଗୁ ଗତ ୩ ବର୍ଷ ହେବ ଋଣରେ ଗାଡ଼ି କିଣି ଘରେ ଥୋଇଛନ୍ତି। କୋରାପୁଟ ଭଳି ଦୁର୍ଗମ ଅଞ୍ଚଳର ଲୋକମାନେ ଏହାର କୌଣସି ସୁବିଧା ପାଇପାରୁ ନାହାନ୍ତି। ସରକାର ଘୋଷଣା କରିଥିବା ସବ୍‌ସିଡି ମଧ୍ୟ ମିଳି ନାହିଁ। ଏହା ସତ୍ତ୍ୱେ ବସ୍‌ ଚଳାଇବାକୁ ଇଚ୍ଛା ଥିଲେ ମଧ୍ୟ ରୁଟ୍‌ ପର୍‌ମିଟ ଜାଣିଶୁଣି ଦିଆଯାଉ ନାହିଁ। ସ୍ଥାନୀୟ ବସ୍‌ ମାଲିକଙ୍କୁ ଆର୍‌ଟିଓମାନେ ଅଧିକ ଗୁରୁତ୍ୱ ଦେଉଥିବାରୁ ସରକାରଙ୍କ ଲକ୍ଷ୍ୟ ଧୂଳିସାତ ହୋଇଛି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାତ୍ରୀମାନଙ୍କ ସଂଖ୍ୟା କମ୍‌ ହେବା ସହ କ୍ଷତି ହେଉଥିବାରୁ ବସ୍‌ମାଲିକମାନେ ସେତେଟା ଆଗ୍ରହ ଦେଖାଉନାହାନ୍ତି। ସ୍ଥାନୀୟ ଆର୍‌ଟିଓମାନେ ମଧ୍ୟ ଏ ଦିଗରେ ସଚେତନ ହେଉ ନ ଥିବାରୁ ଯୋଜନାର ଫାଇଦା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କ୍ଷତି ହେଲେ ଏହି ଯୋଜନା ଜାରି ରଖିବା କଷ୍ଟକର ବ୍ୟାପାର।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri