Posted inରାଜ୍ୟ

ବିଜୁ ଗଁ। ଗାଡ଼ି ଅଗଡ଼

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗ୍ରାମାଞ୍ଚଳକୁ ଉତ୍ତମ ଯୋଗାଯୋଗ ଲକ୍ଷ୍ୟ ନେଇ ୨୦୧୪ ଫେବୃୟାରୀ ୨୨ରେ ରାଜ୍ୟରେ ଗଡ଼ିଥିଲା ‘ବିଜୁ ଗଁ। ଗାଡ଼ି’। ହେଲେ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନେ ବାଧକ ସାଜିଛନ୍ତି। ସେମାନଙ୍କ ଘରୋଇ ବସ୍‌ ପ୍ରୀତି ଯୋଗୁ ଯୋଜନା ଆରମ୍ଭ ହେବାର ୨/୩ ବର୍ଷ ମଧ୍ୟରେ ସତେ ଯେମିତି ସ୍ଥାଣୁ ପାଲଟିଯାଇଛି। ଯୋଜନାରେ କେତେଜଣ ଗାଡ଼ି କିଣିଥିଲେ ମଧ୍ୟ ପର୍‌ମିଟ ନ ପାଇ ହାତବାନ୍ଧି ବସିଛନ୍ତି। ଯେଉଁ କେତେକ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚାଲୁଛି ଖର୍ଚ୍ଚ ଉଠୁ ନ ଥିବାରୁ ସେଥିରୁ ମଧ୍ୟ ଅଧିକାଂଶ ବନ୍ଦ ହୋଇଗଲାଣି।

ଦୁର୍ଗମ ଓ ମାଓବାଦୀପ୍ରବଣ ଅଞ୍ଚଳକୁ ପରିବହନ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୨ ଜିଲାର ୧୧୮ ବ୍ଲକରେ ବିଜୁ ଗଁା ଗାଡ଼ି ଚଳାଇଥିଲେ। ସେହି ଜିଲାଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, କେନ୍ଦୁଝର, ସମ୍ବଲପୁର ଏବଂ ସୁନ୍ଦରଗଡ଼। ଦ୍ୱିତୀୟ ପର୍ଯ୍ୟାୟରେ ଏହା ଆଉ ୫ଟି ଜିଲା ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର ଏବଂ ଦେବଗଡ଼କୁ ସମ୍ପ୍ରସାରଣ କରାଯାଇଥିଲା। ପରେ ରାଜ୍ୟର ବାକି ୧୩ଟି ଜିଲାରେ ପରିବହନ ସେବା ନ ଥିବା ପଞ୍ଚାୟତଗୁଡ଼ିକୁ ଏହି ଯୋଜନାରେ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବସ୍‌ ଓ ଅନ୍ୟ ଯାତ୍ରୀବାହୀ ଗାଡ଼ିମାଲିକଙ୍କୁ ରାଜ୍ୟ ସରକାର ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତଦନୁଯାୟୀ ଯେଉଁମାନେ ବସ୍‌ କିମ୍ବା ଅନ୍ୟାନ୍ୟ ଛୋଟ ଯାତ୍ରୀ ପରିବହନ ଯାନ ଚଳାଇବେ, ସେମାନଙ୍କୁ ରୋଡ୍‌ ଟ୍ୟାକ୍ସ ଅଥବା ପର୍‌ମିଟ ଫି’ ୫ ବର୍ଷ ଯାଏ ଦେବାକୁ ପଡ଼ିବ ନାହିଁ। ଏଥିସହିତ ଯାତ୍ରୀବାହୀ ଗାଡ଼ି କିଣିଲେ ଋଣ ସୁଧ ଉପରେ ସ୍ବତନ୍ତ୍ର ରିହାତି ୫ ପ୍ରତିଶତ ମିଳିବ। ପ୍ରଥମ ପର୍ଯ୍ୟାୟରେ ୧୦ରୁ ୨୬ ଜଣ ବସି ଯିବା ଭଳି ଯାତ୍ରୀବାହୀ ଗାଡ଼ିକୁ ଅନୁମତି ଦିଆଯାଇଥିଲା। ୨୦୧୫ରେ ଏହାକୁ ସର୍ବନିମ୍ନ ୭ ଯାତ୍ରୀ ବସିବା କ୍ଷମତାଥିବା ଯାନଗୁଡ଼ିକ ପାଇଁ ଅନୁମତି ମିଳିଥିଲା। ୧୨ଟି ଜିଲାରେ ପ୍ରଥମ ବର୍ଷରେ ୧ ହଜାର ଯାନ ଚାଲିବାକୁ ଅନୁମତି ଦିଆଯାଇଥିଲା। ଗାଡ଼ି କ୍ରୟ ବାବଦରେ ହିତାଧିକାରୀଙ୍କୁ ସୁଧ ରିହାତି ବାବଦରେ ୪.୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ୧୦୦ ବସ୍‌ ଚଳାଇବାକୁ ଓଡ଼ିଶା ସଡ଼କ ପରିବହନ ନିଗମକୁ ୨୧ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା। କିନ୍ତୁ ଆର୍‌ଟିଓମାନଙ୍କ ସ୍ଥାନୀୟ ଘରୋଇ ବସ୍‌ ମାଲିକ ସଂଘ ସହ ସଲାସୁତରା ଯୋଗୁଁ ବିଜୁ ଗଁା ଗାଡ଼ି ଅଗଡ଼ ହୋଇପଡ଼ିଛି। ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା କଁା ଭଁା କିଛି ଗାଡ଼ି ଗଡୁଥିଲେ ମଧ୍ୟ ଏହା ଗଁା ଲୋକଙ୍କୁ ଫାଇଦା ଦେଇପାରୁ ନାହିଁ।
ଆର୍‌ଟିଓମାନଙ୍କର କାର୍ଯ୍ୟକଳାପକୁ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆର୍‌ଟିଓମାନେ ଏହି ଯୋଜନାରେ ଅଧିକ ଯାନବାହନ ସାମିଲ କରିବା ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହା ଏକପ୍ରକାର ବିଫଳ ହୋଇଥିବା ସିଏଜି ଯାଞ୍ଚ ବେଳେ ଜାଣିବାକୁ ପାଇଛନ୍ତି। ଯାତ୍ରୀମାନଙ୍କ ଚଲାପଥକୁ ବିଚାରକୁ ନିଆ ନ ଯିବା ଯୋଗୁ ଏପରି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ଆର୍‌ଟିଓଙ୍କ ବେଆଇନ କାରବାର ଯୋଗୁ ସରକାରଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଛି। କାରଣ ଏହି ଯୋଜନାରେ ଗଜପତି, କୋରାପୁଟ ଏବଂ ସୁନ୍ଦରଗଡ଼ ଜିଲା ଆର୍‌ଟିଓ ଅଧୀନରେ ୧୬୯ ଯାନ ବିନା ପର୍‌ମିଟରେ ଚଳାଚଳ କରୁଥିଲା। ଆଶ୍ଚର୍ଯ୍ୟ କଥା ହେଉଛି, ପର୍‌ମିଟ ନ ଥିବା ଉକ୍ତ ଯାନଗୁଡ଼ିକ ମଧ୍ୟରୁ ୧୧୯ଟି ଯାନକୁ ବେଆଇନ ଭାବେ ପର୍‌ମିଟ ଫି’ ଏବଂ ରୋଡ୍‌ ଟିକସ ମଧ୍ୟ ଛାଡ଼ କରାଯାଇଛି। ଏଥିଯୋଗୁ ବିଜୁ ଗାଁ ଗାଡ଼ି ଯୋଜନାରେ ରାଜକୋଷରୁ ୨୧.୯୬ ଲକ୍ଷ ଟଙ୍କାର କ୍ଷତି ହୋଇଛି। ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ ପୂର୍ବରୁ ମାର୍ଗ ଚିହ୍ନଟ ହୋଇ ନ ଥିବାରୁ ଏହାର ଫାଇଦା ଗ୍ରାମାଞ୍ଚଳ ଲୋକଙ୍କୁ ମିଳି ପାରି ନ ଥିବା ସିଏଜି ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଏହି ଯୋଜନାରେ ବସ୍‌ ଚଳାଇବାକୁ ଆଗ୍ରହ ଦେଖାଇଥିବା କୋରାପୁଟର ମଳୟ ଆଶା କହିଛନ୍ତି ଯେ ଆର୍‌ଟିଓମାନଙ୍କର ମନମାନି, ରୁଟ୍‌ ପର୍‌ମିଟ ନ ଦେବା ଯୋଗୁ ଗତ ୩ ବର୍ଷ ହେବ ଋଣରେ ଗାଡ଼ି କିଣି ଘରେ ଥୋଇଛନ୍ତି। କୋରାପୁଟ ଭଳି ଦୁର୍ଗମ ଅଞ୍ଚଳର ଲୋକମାନେ ଏହାର କୌଣସି ସୁବିଧା ପାଇପାରୁ ନାହାନ୍ତି। ସରକାର ଘୋଷଣା କରିଥିବା ସବ୍‌ସିଡି ମଧ୍ୟ ମିଳି ନାହିଁ। ଏହା ସତ୍ତ୍ୱେ ବସ୍‌ ଚଳାଇବାକୁ ଇଚ୍ଛା ଥିଲେ ମଧ୍ୟ ରୁଟ୍‌ ପର୍‌ମିଟ ଜାଣିଶୁଣି ଦିଆଯାଉ ନାହିଁ। ସ୍ଥାନୀୟ ବସ୍‌ ମାଲିକଙ୍କୁ ଆର୍‌ଟିଓମାନେ ଅଧିକ ଗୁରୁତ୍ୱ ଦେଉଥିବାରୁ ସରକାରଙ୍କ ଲକ୍ଷ୍ୟ ଧୂଳିସାତ ହୋଇଛି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାତ୍ରୀମାନଙ୍କ ସଂଖ୍ୟା କମ୍‌ ହେବା ସହ କ୍ଷତି ହେଉଥିବାରୁ ବସ୍‌ମାଲିକମାନେ ସେତେଟା ଆଗ୍ରହ ଦେଖାଉନାହାନ୍ତି। ସ୍ଥାନୀୟ ଆର୍‌ଟିଓମାନେ ମଧ୍ୟ ଏ ଦିଗରେ ସଚେତନ ହେଉ ନ ଥିବାରୁ ଯୋଜନାର ଫାଇଦା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କ୍ଷତି ହେଲେ ଏହି ଯୋଜନା ଜାରି ରଖିବା କଷ୍ଟକର ବ୍ୟାପାର।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri