ପୁନର୍ଗଠିତ ହେଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ବର, ୨୩ା୮(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ସାଙ୍ଗଠନିକ ପୁନର୍ଗଠନ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ଏହି କ୍ରମରେ ସୋମବାର ବିଜୁ ଛାତ୍ର ଜନତା ସାଙ୍ଗଠନିକ କମିଟିର ପୁନର୍ଗଠନ କରାଯାଇଛି। ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ପୂର୍ବରୁ ଯେଉଁମାନେ ଯେଉଁ ଦାୟିତ୍ୱରେ ଥିଲେ ସେଥିରେ ସେଭଳି କିଛି ପରିବର୍ତ୍ତନ ହୋଇନାହିଁ। ହେଲେ କେତେଜଣ ନୂଆ ଚେହେରାଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ଏହି ପରିବର୍ତ୍ତିତ ସଂଶୋଧିତ କମିଟିରେ ୫ଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବା ସାଙ୍ଗକୁ ମୋଟ୍‌ ୧୬୯ ଛାତ୍ର ନେତାଙ୍କୁ ଥଇଥାନ କରାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏହାସହ ୩୫ ସାଙ୍ଗଠନିକ ଜିଲାରେ ୩୮ ଜଣଙ୍କୁ ଥଇଥାନ କରାଯାଇଛି। ବଲାଙ୍ଗୀର ଓ କୋରାପୁଟ ଜିଲା ସଭାପତିଙ୍କୁ ପରିବର୍ତ୍ତନ କରାଯାଇଥିବାବେଳେ ରାଉରକେଲା, କଟକ ଓ କୋରାପୁଟ ଜିଲାରେ ସଭାପତିଙ୍କ ସହ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମିଳିଛି। ଏହି ନୂଆ ତାଲିକା ପ୍ରସ୍ତୁତିରେ ବିଜେଡି ଛାତ୍ର ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏଥର କମିଟିରେ ୧୬୯ ଜଣ ସାମିଲ କରାଯାଇଥିଲେ ବି ସବୁ ଜିଲାକୁ ପ୍ରତିନିଧିତ୍ୱର ଗୁରୁତ୍ୱ ମିଳିନାହିଁ। ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ, ଗଜପତି, ଜଗତ୍‌ସିଂହପୁର, ମାଲକାନଗିରି ଆଦି ଜିଲାର ଛାତ୍ର ନେତାଙ୍କୁ ରାଜ୍ୟ କମିଟିରେ ସ୍ଥାନ ମିଳି ନ ଥିବା ବେଳେ ପ୍ରାୟ ୬୦ ପ୍ରତିଶତ ପଦବୀ ଭୁବନେଶ୍ୱର, କଟକ ଓ ଯାଜପୁରର ଛାତ୍ରନେତାଙ୍କୁ ଦିଆଯାଇଛି। ତେବେ ତାଲିକା ଅନୁଯାୟୀ, ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ପଦବୀ ୩ରୁ ୫କୁ ବୃଦ୍ଧି କରାଯାଇଛି। ୮ ଜଣଙ୍କୁ ବରିଷ୍ଠ ଉପସଭାପତି କରାଯାଇଥିବାବେଳେ ଜୋନ୍‌ ସଭାପତି ୬ରୁ ୭କୁ , ସାଧାରଣ ସମ୍ପାଦକ ପଦବୀ ୪୦ରୁ ୫୧କୁ ଏବଂ ସମ୍ପାଦକ ୪୪ରୁ ୬୧କୁ ବୃଦ୍ଧି ପାଇଛି। ସେହିପରି ଉପସଭାପତି ଭାବେ ୧୧ରୁ ୧୦ ଏବଂ ଯୁଗ୍ମ ସମ୍ପାଦକଙ୍କ ସଂଖ୍ୟା ୩୩ରୁ ୨୬କୁ ହ୍ରାସ ପାଇଛି। ବରିଷ୍ଠ ଉପସଭାପତି ଥିବା ବିଶ୍ୱପ୍ରତାପ ସାହୁଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ମିକୁ ପ୍ରଧାନଙ୍କୁ ନୂଆକରି ଉପସଭାପତି କରାଯାଇଛି। ଈପ୍ସିତା ସାହୁ ପୂର୍ବଭଳି ଛାତ୍ର ବିଜେଡି ମହାସଚିବ ହୋଇଛନ୍ତି। ୨୦୨୦ ବଲାଙ୍ଗୀର ଓ କୋରାପୁଟର ଛାତ୍ର ସଭାପତି ଭାବେ ଯଥାକ୍ରମେ ସିମେବ୍‌ ଓ୍ବାକସ୍‌ ଓ ଶଶାଙ୍କ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ବଲାଙ୍ଗୀର ଜିଲା ଛାତ୍ର ସଭାପତି ଭାବେ ସୁମନ କୁମାର ନନ୍ଦ ଏବଂ କୋରାପୁଟ ଜିଲା ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ ପାଣ୍ଡେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ଏବଂ ତାଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ଥିବା ଏକ ବିଜ୍ଞପ୍ତି ଦଳ ତରଫରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri