ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବଶୀଘ୍ର ଘରୋଇକରଣ ହେବା ନେଇ ଏଏଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ସମେତ ୧୩ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ହେବ।

ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଭଳି ବଡ଼ ବଡ ବିମାନବନ୍ଦର ଏବଂ ଝାରସୁଗୁଡା, ଗୟା, କୁଶିନଗର, କାଙ୍ଗରା, ତିରୁପତି, ଜବଲପୁର ଓ ଜଳଗାଁଓ ଭଳି ଛୋଟ ଛୋଟ ବିମାନବନ୍ଦର ଘରୋଇକରଣ କରାଯିବ । ଏଏଆଇ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁର ମିଳିଛି । ସେହିପରି ଘରୋଇକରଣକୁ ଅଧିକ ଆକର୍ଷଣୀୟ କରିବାକୁ ବଡ ବିମାନବନ୍ଦର ସହିତ ଛୋଟ ବିମାନବନ୍ଦରକୁ ମିଶ୍ରଣ କରାଯିବା ନେଇ ସୂଚନା ରହିଛି ।