କୋଇଲା ଟ୍ରକ୍‌ ଦଖଲରେ ବିଜୁ ଏକ୍ସପ୍ରେସ ୱେ

ସମ୍ବଲପୁର/ରେଙ୍ଗାଲି,୨୮ା୯(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ମଙ୍ଗଳବାର ପ୍ରାୟ ୪ ଘଣ୍ଟା ଧରି ଜାମ ରହିଥିଲା। ତଲାବିରା କୋଇଲା ଖଣିରୁ ପରିବହନ ହେଉଥିବା କୋଇଲା ଟ୍ରକ୍‌ଗୁଡିକ ଖିଣ୍ଡା ଛକରୁ ଲପଙ୍ଗା ଛକ ପ୍ରାୟ ୨ କି.ମି. ରାସ୍ତାକୁ ନିଜ ଦଖଲରେ ରଖିଥିଲେ। ଫଳରେ ହଜାରେ ସଂଖ୍ୟାରେ ଅନ୍ୟ ଯାନବାହନ ଅଟକି ରହିଥିଲା। ଟ୍ରାଫିକ ସମସ୍ୟା ସମାଧାନ କରିବା ପାଇଁ ସ୍ଥାନୀୟ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ୪୦ ଗୋଟି ଟ୍ରକ୍‌ରୁ ଜରିମାନା ମଧ୍ୟ ଆଦାୟ କରିଥିଲା ପୋଲିସ। ହେଲେ ସାଧାରଣ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାମ୍‌ରେ ଫସିଥିବା ଯାତ୍ରୀମାନେ ଅଭିଯୋଗ କରିଥିଲେ, ଶିଳ୍ପାଞ୍ଚଳ ରେଙ୍ଗାଲିରେ ପ୍ରତିଦିନ ହଜାର ହଜାର ଟ୍ରକ୍‌ ଯିବାଆସିବା କରୁଛି। ଫଳରେ ନିୟମିତ ଭାବେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏପରି କି କୋଇଲା ପରିବହନ ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏନ୍‌ଏଲ୍‌ସି ପକ୍ଷରୁ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାର୍ଯ୍ୟ କରାଯାଉଛି। ବିଭିନ୍ନ କମ୍ପାନୀ କୋଇଲା ଖଣିରୁ କୋଇଲା ନେଇ ଯାଉଛନ୍ତି। ହେଲେ ସେମାନେ କୌଣସି ସରକାରୀ ନିୟମ ପାଳନ କରୁନାହାନ୍ତି। ମନ ଇଚ୍ଛା ଟ୍ରକ୍‌ଗୁଡିକ ରାସ୍ତାପାର୍ଶ୍ୱରେ ଛିଡା କରିଦେଉଛନ୍ତି। କମ୍ପାନୀ ମୁଖ୍ୟ ଫାଟକ ଆଗରେ ମଧ୍ୟ ବହୁସଂଖ୍ୟକ ଟ୍ରକ୍‌ ରାସ୍ତାକୁ ଅକ୍ତିଆର କରି ରହୁଛନ୍ତି। କମ୍ପାନୀ ପକ୍ଷରୁ ଟ୍ରାଫିକ ସମସ୍ୟା ଓ ପାର୍କିଂକୁ ନେଇ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଏ ସମ୍ପର୍କରେ ଠେଲକୋଲି ଥାନା ଅଧିକାରୀ ବି. ମିଶ୍ରଙ୍କୁ ପଚାରିବାରୁ ଟ୍ରାଫିକ ସମସ୍ୟା ରହିଥିଲା। ବହୁ କଷ୍ଟରେ ରାସ୍ତା ଖୋଲାଯାଇଥିଲା। ନିୟମ ଭଙ୍ଗ କରିଥିବା ପ୍ରାୟ ୪୦ ଟ୍ରକ୍‌କୁ ଜରିମାନା କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକନ୍ୟାଙ୍କ ଜୀବନ ନେଲା ପାଳଗଦା ନିଆଁ

ଝରିଗାଁ,୧୪ା୨: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ନିଆଁରେ ପୋଡ଼ି ଜଣେ ୬ବର୍ଷର...

ଦିନ ଦ୍ୱିପ୍ରହରରେ ଖଟୁଛନ୍ତି ଶ୍ରମିକ

ଛେଣ୍ଡିପଦା,୨୮।୫(ସ୍ବ.ପ୍ର)ସରକାରୀ ନିୟମକୁ ଫୁ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ଶ୍ରମିକଙ୍କୁ ନ ଖଟାଇବା ପାଇଁ ସରକାରଙ୍କ ପକ୍ଷରୁ କଟକଣା ରହିଥିବାବେଳେ ଏହାକୁ...

ମା’ଙ୍କୁ ମାଡ଼ ମାରି ପୁଅ ଗିରଫ

ବନ୍ତ, ୭।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଆର୍‌.ଏନ୍‌.ବେତଡା ଗ୍ରାମରେ ଜଣେ ଯୁବକ ମା’ଙ୍କୁ ମାଡ ମାରି ଗିରଫ ହୋଇଥିବା ଜଣାଯାଇଛି।...

ସଙ୍ଗରୋଧ ଗୃହରେ ଟଳି ପଡିଲେ ସୁରଟ ଫେରନ୍ତା

ପୋଲସରା,୮ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତସ୍ଥିତ ଢୁଙ୍କାପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ୬୯ଜଣ ସୁରଟ ଫେରନ୍ତା ବୁଧବାର ଆସି ରହିଥିଲେ।...

ରଙ୍ଗ ଖେଳି ମହାନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ

କଟକ ସଦର,୧୯।୩(ଡି.ଏନ୍‌.ଏ): ହୋଲିରେ ଅଘଟଣ। ମହାନଦୀରେ ବୁଡ଼ିଯାଇ ଯୁବକ ମୃତ। ମୃତକ ହେଲେ କଟକ ସଦର ବ୍ଲକ ଅନ୍ତର୍ଗତ ଦେଓପୂର ଗ୍ରାମର ଅଭିଜିତ ବାରିକ(୨୪)। ଶନିବାର...

ମିଳୁନି ସାର, କଳାବଜାର ଅଭିଯୋଗ

ବଇଣ୍ଡା,୨୦।୯(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର...

୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

କେନ୍ଦୁଝର,୧୫ା୨(ଡି.ଏନ୍‌.ଏ.): ଜରିମାନା ଖିଲାପୀ ୩୧ଟି ଖଣିର ୨୩ ଲିଜ୍‌ଧାରୀଙ୍କ ନାମରେ ଓପିଡିଆର୍‌ ସାର୍ଟିଫିକେଟ ମାମଲା ଦାଏର ହୋଇ ୬୩୫୦କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ...

ମୋବାଇଲ ବ୍ୟାଟେରୀ ଫାଟି ଛାତ୍ର ଗୁରୁତର

ଭଦ୍ରକ ଅଫିସ,୧୭।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ତାରାଶୁଣି ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଲେଖ ସାହୁ ନାମକ...

Advertisement
Archives

Model This Week