କୋଇଲା ଟ୍ରକ୍‌ ଦଖଲରେ ବିଜୁ ଏକ୍ସପ୍ରେସ ୱେ

ସମ୍ବଲପୁର/ରେଙ୍ଗାଲି,୨୮ା୯(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ମଙ୍ଗଳବାର ପ୍ରାୟ ୪ ଘଣ୍ଟା ଧରି ଜାମ ରହିଥିଲା। ତଲାବିରା କୋଇଲା ଖଣିରୁ ପରିବହନ ହେଉଥିବା କୋଇଲା ଟ୍ରକ୍‌ଗୁଡିକ ଖିଣ୍ଡା ଛକରୁ ଲପଙ୍ଗା ଛକ ପ୍ରାୟ ୨ କି.ମି. ରାସ୍ତାକୁ ନିଜ ଦଖଲରେ ରଖିଥିଲେ। ଫଳରେ ହଜାରେ ସଂଖ୍ୟାରେ ଅନ୍ୟ ଯାନବାହନ ଅଟକି ରହିଥିଲା। ଟ୍ରାଫିକ ସମସ୍ୟା ସମାଧାନ କରିବା ପାଇଁ ସ୍ଥାନୀୟ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ୪୦ ଗୋଟି ଟ୍ରକ୍‌ରୁ ଜରିମାନା ମଧ୍ୟ ଆଦାୟ କରିଥିଲା ପୋଲିସ। ହେଲେ ସାଧାରଣ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜାମ୍‌ରେ ଫସିଥିବା ଯାତ୍ରୀମାନେ ଅଭିଯୋଗ କରିଥିଲେ, ଶିଳ୍ପାଞ୍ଚଳ ରେଙ୍ଗାଲିରେ ପ୍ରତିଦିନ ହଜାର ହଜାର ଟ୍ରକ୍‌ ଯିବାଆସିବା କରୁଛି। ଫଳରେ ନିୟମିତ ଭାବେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏପରି କି କୋଇଲା ପରିବହନ ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏନ୍‌ଏଲ୍‌ସି ପକ୍ଷରୁ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାର୍ଯ୍ୟ କରାଯାଉଛି। ବିଭିନ୍ନ କମ୍ପାନୀ କୋଇଲା ଖଣିରୁ କୋଇଲା ନେଇ ଯାଉଛନ୍ତି। ହେଲେ ସେମାନେ କୌଣସି ସରକାରୀ ନିୟମ ପାଳନ କରୁନାହାନ୍ତି। ମନ ଇଚ୍ଛା ଟ୍ରକ୍‌ଗୁଡିକ ରାସ୍ତାପାର୍ଶ୍ୱରେ ଛିଡା କରିଦେଉଛନ୍ତି। କମ୍ପାନୀ ମୁଖ୍ୟ ଫାଟକ ଆଗରେ ମଧ୍ୟ ବହୁସଂଖ୍ୟକ ଟ୍ରକ୍‌ ରାସ୍ତାକୁ ଅକ୍ତିଆର କରି ରହୁଛନ୍ତି। କମ୍ପାନୀ ପକ୍ଷରୁ ଟ୍ରାଫିକ ସମସ୍ୟା ଓ ପାର୍କିଂକୁ ନେଇ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଏ ସମ୍ପର୍କରେ ଠେଲକୋଲି ଥାନା ଅଧିକାରୀ ବି. ମିଶ୍ରଙ୍କୁ ପଚାରିବାରୁ ଟ୍ରାଫିକ ସମସ୍ୟା ରହିଥିଲା। ବହୁ କଷ୍ଟରେ ରାସ୍ତା ଖୋଲାଯାଇଥିଲା। ନିୟମ ଭଙ୍ଗ କରିଥିବା ପ୍ରାୟ ୪୦ ଟ୍ରକ୍‌କୁ ଜରିମାନା କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri