ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଧାରଣା ଦିଆଯାଇଛି। ଛାତ୍ର ସଂଗଠନର ସଦସ୍ୟମାନେ ମଦନପୁର ଛକରୁ ଏକ ରାଲିରେ ବାହାରି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚି ପ୍ରତୀକ ଧାରଣାରେ ବସିଥିଲେ।
ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବୈବର୍ତ୍ତ ନାରାୟଣ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଧାରଣା ଜାରି ରହିଛି। ସୂଚନା ଅନୁଯାୟୀ, କଲେଜରେ ଛାତ୍ର ସଂଘର୍ଷ ଯୋଗୁଁ ଛାତ୍ର ସଂସଦ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଛାତ୍ର ସଭାପତିଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ନିର୍ବାଚନ ସମ୍ପର୍କିତ ପରିସ୍ଥିତିର ସମାଧାନ ଦାବିରେ ଏହି ପ୍ରତୀକ ଧାରଣା ଦିଆଯାଇଥିବା ଜଣାପଡ଼ିଛି।