‘ରାଜ୍ୟରେ ଧୀରେ ଧୀରେ କମିବ ଓମିକ୍ରନ ପ୍ରଭାବ’

ଭୁବନେଶ୍ୱର,୧୧।୨(ବ୍ୟୁରୋ): କୋଭିଡ୍‌ର ଭ୍ୟାରିଆଣ୍ଟକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୋଭିଡ୍‌ର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି ଭ୍ୟାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଓମିକ୍ରନ ପ୍ରଭାବ କଥା ଯଦି ଦେଖିବା ତାହେଲେ ରାଜ୍ୟରେ ଏହା ଅଧିକ ସିରିୟସ ହୋଇ ରହିବ ନାହିଁ । ଓମିକ୍ରନ ଭ୍ୟାରିଆଣ୍ଟରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ ମାମଲା କମୁଛି, ସେପରି ଓଡ଼ିଶାରେ ମଧ୍ୟ କେସ କମିବ ବୋଲି ଆଶା ରହିଛି । ମୋଟାମୋଟି କହିବାକୁ ଗଲେ ରାଜ୍ୟରେ ସ୍ଥିତି ଧୀରେ ଧୀରେ ଭଲ ଆଡକୁ ଆସୁଛି ।