Categories: ଜାତୀୟ

ସ୍ବାମୀଙ୍କ ଶହୀଦ ହେବା କଥା ଶୁଣି ଚେତାଶୂନ୍ୟ ଗର୍ଭବତୀ ସ୍ତ୍ରୀ

ଲକ୍ଷ୍ନୌ,୬।୪: ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ଉତ୍ତର ପ୍ରଦେଶର ଚାନ୍ଦୁଲିର କୋବ୍ରା ବ୍ୟାଟାଲିଅନର କମାଣ୍ଡୋ ଧର୍ମଦେବ ଶହୀଦ ହୋଇଛନ୍ତି। ତାଙ୍କ ମୃତଦେହ ମଙ୍ଗଳବାର ସକାଳେ ଠେକାହାଁ ଗ୍ରାମରେ ପହଞ୍ଚିଛି। ଏହି ସମୟରେ ହଜାର ହଜାର ଲୋକ ଲୁହ ଭିଜା ଆଖିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ ଧର୍ମେନ୍ଦ୍ର ହୋଲିର ଦଶ ଦିନ ପୂର୍ବରୁ ଗାଁ ଛାଡିଥିଲେ ଏବଂ ଶୀଘ୍ର ଫେରିବେ ବୋଲି ପ୍ରତିଶୃତି ଦେଇଥିଲେ। ଧର୍ମଦେବ ରାମନଗରର ମାନ୍ନାପୁରର ମୀନା ଦେବୀଙ୍କୁ ବିବାହ କରିଥିଲେ। ଦୁଇ ଝିଅ ହେଉଛନ୍ତି ଜ୍ୟୋତି (୮) ଏବଂ ସାକ୍ଷି(୨) । ଏବେ ମୀନା ଗର୍ଭବତୀ ଅଛନ୍ତି। ସ୍ବାମୀଙ୍କ ଶହୀଦ ହେବା ଖବର ଶୁଣି ଚେତାଶୂନ୍ୟ ହୋଇ ପଡିଯାଉଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀ ଏବଂ ପରିବାର ଲୋକେ ଶହୀଦଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଆସିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହେବ ନାହିଁ ବୋଲି ସେମାନେ ମନା କରିଦେଇଥିଲେ। ଏମ୍‌ପି ଏବଂ ବିଧାୟକଙ୍କ ଅନୁପସ୍ଥିତି ଲୋକଙ୍କ କ୍ରୋଧ ଆହୁରି ବଢିଯାଇଥିଲା। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶହୀଦଙ୍କ ପିତା ରାମେଶ୍ୱର ଗୁପ୍ତାଙ୍କ ସହ କଥା ହୋଇଥିଲେ। ଏଥି ସହ ଶହୀଦଙ୍କ ସ୍ତ୍ରୀ ମୀନା, ଦୁଇ ଝିଅ ଜ୍ୟୋତି ଏବଂ ସାକ୍ଷିଙ୍କ ସହ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଛନ୍ତି। ସୂଚନାନୁସାରେ, ଛତିଶଗଡର ବିଜାପୁରର ତରେମ ପୋଲିସ ଷ୍ଟେଶନ ଅଞ୍ଚଳର ଜୋନ୍ନାଗୁଡା ଜଙ୍ଗଲରେ ଶନିବାର ଅପରାହ୍ନରେ ଧର୍ମଦେବ କୁମାର (୩୨) ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିଲେ।

Share