Posted inଜାତୀୟ

ବିହାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ନଭେମ୍ବର ୭ରେ ୧୫ ଜିଲାର ୭୮ ବିଧାନସଭା ଆସନରେ ଭୋଟିଂ

ପାଟନା,୪।୧୧: ନଭେମ୍ବର ୭ରେ ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ୧୫ ଜିଲାର ୭୮ଟି ଆସନରେ ଏଥିପାଇଁ ଭୋଟିଂ କରାଯିବ। ଭୋଟର ୧୨୦୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପର୍ଯ୍ୟାୟରେ ଆର୍‌ଜେଡିର ପ୍ରାର୍ଥୀ ସର୍ବାଧିକ ୪୬ ଆସନରେ ନିର୍ବାଚନ ଲଢୁଛନ୍ତି। ସେହିପରି ୨୫ ଆସନରେ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି। ସେହିପରି ସିପିଆଇ ଏମ୍‌ଏଲ୍‌ର ୫, ସିପିଆଇର ୨, ଜେଡ଼ିୟୁର ୩୭, ଭାଜପାର ୩୫ ଜଣ ପ୍ରାର୍ଥୀ ରହିଛନ୍ତି। ୨୦୧୫ରେ ଏହି ବିଧାନସଭା ଆସନଗୁଡ଼ିକ ମଧ୍ୟରୁ ଜେଡ଼ିୟୁ ୨୩ରେ ବିଜୟୀ ହୋଇଥିଲା। ସେହିପରି ଆର୍‌ଜେଡ଼ି ୨୦, କଂଗ୍ରେସ ୧୧, ଭାଜପା ୨୦ ଆସନରେ ବିଜୟୀ ହୋଇଥିଲା। ସିପିଆଇ ଏମ୍‌ଏଲ୍‌କୁ ଗୋଟିଏ ଆସନ ମିଳିଥିବାବେଳେ ଅନ୍ୟ ରାଜନୈତିକ ଦଳକୁ ୩ଟି ଆସନ ମିଳିଥିଲା। ତେବେ ଏବେ ପରିସ୍ଥିତି ବଦଳି ଯାଇଛି। ଏହି ଆସନଗୁଡ଼ିକ ମଧ୍ୟରୁ କାହାଖାତାକୁ ଅଧିକ ସଂଖ୍ୟା ଯିବ ସେ ନେଇ ଚର୍ଚ୍ଚା ଜାରି ରହିଛି। ଶେଷ ପର୍ଯ୍ୟୟ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବାର ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଏହି ଗସ୍ତରେ ମମତା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟ...

ନିର୍ବାଚନ ପିଟିଶନ ଦାଏର ପାଇଁ ସମୟସୀମା ଧାର୍ଯ୍ୟ ହେଉ

ନୂଆଦିଲ୍ଲୀ, ୨।୯: ୬ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଏବଂ ଭିଭିପିଏଟି ମେଶିନ୍‌ଗୁଡ଼ିକ ବ୍ୟବହୃତ ନ ହୋଇ ପଡ଼ିରହିଛି। କରୋନା...

ଯାତ୍ରୀବାହୀ ବିମାନ-ପକ୍ଷୀ ମୁହାଁମୁହିଁ ଧକ୍କା: ଦିଲ୍ଲୀ ବିମାନ ବନ୍ଦରରେ ଘଣ୍ଟାଏ ପାଇଁ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଜାରି…

ନୂଆଦିଲ୍ଲୀ,୧।୪ : ଶନିବାର ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଦୁବାଇ ଅଭିମୁଖେ ଫେଡେକ୍ସ ବିମାନ ଉଡ଼ାଣ ପରେ ଏହା ପକ୍ଷୀ ଧକ୍କା...

‘ଅଗଷ୍ଟ ୧୫ ସୁଦ୍ଧା ଟିକା ସମ୍ଭବ ନୁହେଁ’

କାନପୁର/ଲକ୍ଷ୍ନୌ,୭ା୭(ପି.ଟି.): ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌ ଟିକା ଶୁଭାରମ୍ଭ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ଅବାସ୍ତବ...

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।...

ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ନାରୀଶକ୍ତିକୁ ମୋଦି ଅଭିନନ୍ଦନ ଜଣାଇବା ସହ...

ରାହୁଲଙ୍କ ବିମାନ ଅବତରଣ କରିବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୧୪।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ ପ୍ରୟାଗରାଜରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀଙ୍କୁ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ...

Advertisement
Archives

Model This Week