ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ଅପହଞ୍ଚ। ବିବାହରେ ବ୍ୟାଣ୍ଡ ପାର୍ଟିରେ ସେମାନେ ପିଞ୍ଜରା ଗାଡ଼ି ଭିତରେ ରହି ଡ୍ୟାନ୍ସ୍‌ କରିଥାନ୍ତି। ବାହାରେ ଥିବା ଭିଡ଼ ବହୁ ସମୟରେ ସେମାନଙ୍ପକ ପ୍ରତି ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଥାନ୍ତି। ମାତ୍ର ଘରର ଆର୍ଥିକ ଅବସ୍ଥା ଯୋଗୁ ବାହାରକୁ ଗୋଡ଼ କାଢ଼ିଥିବା ଏହି ଡ୍ୟାନ୍ସରମାନେ ଏହାକୁ ଭ୍ରୁକ୍ଷେପ ନ କରି ନିଜର କାମ କରି ଚାଲିଥାନ୍ତି। ବେଳେ ବଳାତ୍କାରର ଶିକାର ମଧ୍ୟ ସେମାନେ ହୋଇାଥାନ୍ତି। ବିହାରରେ ବିବାହରେ ସମ୍ମାନ ସ୍ବରୂପ କେତେକ ଲୋକ ବନ୍ଧୁକ ଫୁଟାଇଥାନ୍ତି। ଜୁନ୍‌ ୨୪ରେ ନାଳନ୍ଦାରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବରେ ବନ୍ଧୁକଗୁଳିରେ ଜଣେ ଡ୍ୟାନ୍ସରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏହି ଘଟଣାରେ ଅନ୍ୟ ଜଣେ ପୁରୁଷ ଡ୍ୟାନ୍ସରଙ୍କ ଦେହରେ ମଧ୍ୟ ଗୁଳି ଲାଗିଥିଲା। ବିବାହ ଉତ୍ସବରେ ଅର୍କେଷ୍ଟ୍ରା ଡ୍ୟାନ୍ସରଙ୍କୁ ନେଇ ଏକ ଭିଡ଼ିଓ ନୀରଜ ପ୍ରିୟଦର୍ଶୀ ନାମକ ଏକ ଟୁଇଟର ହ୍ୟାଣ୍ଡେଲ୍‌ରେ ଅପଲୋଡ୍‌ କରାଯାଇଛି। ଏହି ୧୩ ସେକେଣ୍ଡର ଭିଡ଼ିଓରେ ଡ୍ୟାନ୍ସରମାନେ ପିଞ୍ଜରା ଗାଡ଼ିରେ ରହିଥିବାବେଳେ ବାହାରେ ଲୋକଙ୍କ ଭିଡ଼ ଜମା ହୋଇ ରହିଛି। ଏହା ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share