Posted inଜାତୀୟ

ବିହାରର ଚା’ ବିକାଳି ସାଇବର ଠକେଇର ମାଷ୍ଟରମାଇଣ୍ଡ: ରେଡ୍‌ ବେଳେ ୧.୦୫ କୋଟି ଟଙ୍କା, ସୁନା ଜବତ

ନୂଆଦିଲ୍ଲୀ,୨୦।୧୦: ବିହାରର ଗୋପାଳଗଞ୍ଜ ଜିଲାରେ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସ ଜଣେ ପୂର୍ବତନ ଚା’ ବିକାଳିଙ୍କ ଘରେ ଚଢ଼ାଉ କରି ୧ କୋଟି ୫ ଲକ୍ଷରୁ ଅଧିକ ଟଙ୍କା, ବହୁ ପରିମାଣର ସୁନା ଓ ରୂପା ଗହଣା ଜବତ କରିଛି। ଏହି ମାମଲାରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଅକ୍ଟୋବର ୧୭ (ଶୁକ୍ରବାର) ବିଳମ୍ବିତ ରାତିରେ ଅମୈଠି ଖୁର୍ଦ ଗାଁରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୧,୦୫,୪୯,୮୫୦ ଟଙ୍କା ନଗଦ, ୩୪୪ ଗ୍ରାମ୍ ସୁନା, ୧.୭୫ କେଜି ରୂପା ସହିତ ସାଇବର ଠକେଇରେ ବ୍ୟବହୃତ ହେଉଥିବା ୮୫ଟି ଏଟିଏମ କାର୍ଡ, ୭୫ଟି ପାସବୁକ, ୨୮ଟି ଚେକ୍ ବୁକ୍, ଲ୍ୟାପଟପ୍, ମୋବାଇଲ ଫୋନ୍ ଓ ଗୋଟିଏ ଦାମୀ କାର୍ ମଧ୍ୟ ଜବତ ହୋଇଛି।

ସାଇବର ଡିଏସପି ଅବନ୍ତିକା ଦିଲୀପ କୁମାରଙ୍କ କହିବାନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଅଭିଷେକ କୁମାର ପୂର୍ବରୁ ଏକ ଛୋଟ ଚା’ ଦୋକାନ ଚଳାଉଥିଲେ। ପରେ ସେ ସାଇବର ଠକେଇରେ ଯୋଗ ଦେଇ ଦୁବାଇ ଚାଲିଯାଇଥିଲେ ଏବଂ ସେଠାରୁ ଠକେଇ କାର୍ଯ୍ୟର ମାଷ୍ଟରମାଇଣ୍ଡ ସାଜିଥିଲେ। ତାଙ୍କ ଭାଇ ଆଦିତ୍ୟ କୁମାର ଭାରତରେ ଟଙ୍କା ନେଣଦେଣ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭାଳୁଥିଲେ।

ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ ଠକେଇ ଟଙ୍କାକୁ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପରେ ତାହାକୁ ନଗଦ ଟଙ୍କାରେ ପରିଣତ କରୁଥିଲେ। ଅଧିକାଂଶ ପାସବୁକ୍ ବେଙ୍ଗାଲୁରୁରୁ ଜାରି ହୋଇଥିବାରୁ ଏହି ରାକେଟ୍ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟାପିଥିବା ସନ୍ଦେହ କରାଯାଉଛି। ଘଟଣାରେ ଆୟକର ବିଭାଗ ଓ ଏଟିଏସ୍ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ ହୋଇଛନ୍ତି। ଗିରଫ ଦୁଇ ଭାଇଙ୍କୁ ଦୁଇ ଦିନ ହେବ ପଚରାଉଚରା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri