Categories: ଜାତୀୟ

ବଦଳିଲା ସ୍କୁଲ ଆସିବା ସମୟ, ଏଣିକି ଏହି ସମୟରେ ସ୍କୁଲ ଆସିବେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧।୨: ସ୍କୁଲ ପିଲାଙ୍କ ପାଇଁ ବଡ ଖବର। ବଦଳିଲା ସ୍କୁଲ ଆସିବା ସମୟ। ଏଣିକି ସକାଳୁ ଶୀଘ୍ର ସ୍କୁଲ ଆସିିବେ ଛାତ୍ରୀଛାତ୍ର । ସ୍କୁଲ ପିଲାଙ୍କ ସ୍କୁଲ ଆସିବା ସମୟକୁ ବଦଳାଇଦେଇଛନ୍ତି ରାଜ୍ୟ ସରକାର । ଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ସମୟ ବଦଳାଇଦିଆଯାଇଛି ।
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହ୍ନେୟା ପ୍ରସାଦ ଶ୍ରୀବାସ୍ତବଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ପୂର୍ବରୁ ସ୍କୁଲ ସକାଳ ୯ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନଣ ୩.୩୦ରେ ଶେଷ ହେଉଥିଲା । ବର୍ତ୍ତମାନ ଏହା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନଣ ଚାରିଟା ବେଳେ ଶେଷ ହେବ। ବିଦ୍ୟାଳୟରେ ପ୍ରଥମ ଘଣ୍ଟି ପୂର୍ବରୁ ପ୍ରାର୍ଥନା, ବ୍ୟାୟାମ ଏବଂ ଯୋଗ କାର୍ଯ୍ୟସୂଚୀ ରହିବ। ତେବେ ଏସବୁ ନିୟମ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ସମୟ ବଦଳିଛି।

Share