Categories: ଜାତୀୟ

ପପୁ ଯାଦବ ଗିରଫ

ପାଟନା,୧୧।୫: ଜନ ଅଧିକାର ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ଏମ୍‌ପି ପପୁ ଯାଦବଙ୍କୁ ପାଟଣାର ଗାନ୍ଧୀ ମଇଦାନରୁ ଗିରଫ କରାଯାଇଛି। ପପୁ ଯାଦବ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ପୋଲିସ ମୋତେ ଗାନ୍ଧୀ ମଇଦାନରୁ ଗିରଫ କରି ପୋଲିସ ଷ୍ଟେଶନକୁ ଆଛି। ସୂଚନାଯୋଗ୍ୟ, ନିକଟରେ ପପୁ ଯାଦବ ଭାଜପା ଏମ୍‌ପି ରାଜୀବ ପ୍ରତାପ ରୁଡିଙ୍କ ଆମ୍ବୁଲାନ୍ସକୁ ନେଇ ପ୍ରଶ୍ନ ଉଠାଇଥିଲେ। ପପୁ ଯାଦବ ଅନ୍ୟ ଏକ ଟୁଇଟ୍‌ରେ କହିଛନ୍ତି ଯେ, କରୋନା କାଳରେ ଜୀବନ ବଞ୍ଚାଇବା ପାଇଁ ଆପଣଙ୍କ ଜୀବନକୁ ପାପୁଲିରେ ରଖିବା ଅପରାଧ, ହଁ ମୁଁ ଜଣେ ଅପରାଧୀ। ପ୍ରଧାନମନ୍ତ୍ରୀ ସାର୍‌, ସିଏମ ସାର୍‌, ମୋତେ ଫାଶୀ ଦିଅନ୍ତୁ, କିମ୍ବା ଜେଲକୁ ପଠାନ୍ତୁ, କିନ୍ତୁ ମୁଁ ମୁଣ୍ଡ ନୁଆଁଇବି ନାହିଁ। ଲୋକଙ୍କୁ ରକ୍ଷା କରିବେ, ଅସାଧୁ ଲୋକଙ୍କୁ ରାଜ୍‌ କରିବାକୁ ଦେବି ନାହିଁ ବୋଲି କହିଛନ୍ତି।

Share