Categories: ଜାତୀୟ

୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ

ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ ନାଁରେ ଜିଳା ସ୍ବାସ୍ଥ୍ୟ ଅଧିକାରୀ ଡା. ବିନୟ କୃଷ୍ଣ ପ୍ରସାଦ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆଇପିସି ଧାରା ୧୮୮, ୪୧୯, ୪୨୦ରେ ମାମଲା କରାଯାଇଛି। ୧୨ ଥର ଟିକା ନେବାବେଳେ ବ୍ରହ୍ମଦେବ ପୂର୍ବରୁ ୧୧ଥର ଟିକା ନେଇଥିବା ଖୁଲାସା କରିଥିଲେ। କୁହାଯାଉଛି ଯେ ବୃଦ୍ଧଙ୍କ ଦାବି ପରେ ପରେ ମୁଖ୍ୟ ଶାସନ ସଚିବ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମାଦେବ କହିଛନ୍ତି, ଟିକା ନେବା ପରେ ତାଙ୍କ ଶରୀରକୁ ବହୁତ ଆରାମ ମିଳିଥିଲା। ଏପରିକି ପିଠି ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଭଲ ହୋଇଗଲା।
ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବ୍ରହ୍ମଦେବ ମଣ୍ଡଳ କହିଛନ୍ତି,ସେ ବିଭିନ୍ନ ସମୟରେ ପଞ୍ଜୀକରଣ ପାଇଁ ଆଧାର ଏବଂ ଭୋଟର ପରିଚୟ ପତ୍ର ବ୍ୟବହାର କରିଥିଲେ। ଏହିପରି ଭାବରେ, ସେ ଏପର୍ଯ୍ୟନ୍ତ ୧୧ ଥର କରୋନା ଟିକା ନେଇଛନ୍ତି। ସେ ୧୧ ମାସ ପୂର୍ବରୁ ପ୍ରଥମ ଟିକା ନେଇଥିଲେ।

Share