Categories: ଜାତୀୟ

ଗପରେ ଏମିତି ମଜ୍ଜିଗଲେ ଯେ ଟିକା ନ ଭରି ଖାଲି ଇଞ୍ଜେକଶନ ଫୋଡ଼ିଦେଲେ ନର୍ସ; ଭିଡିଓ ଭାଇରାଲ ପରେ…

ଛପରା,୨୫।୬: ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଅବହେଳାର ଘଟଣା ସାମ୍ନାକୁ ଆସୁଛି। ସେହି କ୍ରମରେ ବିହାରର ଛପରାରେ ଜଣେ ନର୍ସ ଟିକା ଭର୍ତ୍ତି ନ କରି ଜଣେ ଯୁବକଙ୍କୁ ଇଞ୍ଜେକଶନ ଦେଇଥିବାର ଭିଡିଓ ଭାଇରାଲ ହେଉଛି। ନର୍ସଜଣଙ୍କ କଥା ହେବାରେ ଏତେ ବିମଗ୍ନ ହୋଇଛନ୍ତି ଯେ ସେ ତାହା ଜାଣି ପାରୁ ନାହାନ୍ତି।

ଘଟଣାଟି ୨୧ ଜୁନର। ଛପରା ସହରର ବଡ଼ା ଇମାନବାଡା ଅଞ୍ଚଳର ଓ୍ବାଡ୍‌ ନଂ ୧ରେ ଲୋକମାନଙ୍କୁ ଟିକା ଦିଆଯାଉଥିଲା। ଏହି ସମୟରେ ଉକ୍ତ ଯୁବକଜଣଙ୍କ ଟିକା ଦେବାକୁ ଯାଇଥିଲେ। ସେତେବେଳେ ତାଙ୍କ ବନ୍ଧୁ ଭିଡିଓ ପ୍ରସ୍ତୁତ କରୁଥିଲେ। ତେବେ ନର୍ସଜଣଙ୍କ କଥା ହେଉଥିବା ବେଳେ ଇଞ୍ଜେକଶନ ବାହାର କରି ସେଥିରେ ଟିକା ନ ଭରି ସେହିଭଳି ଫୋଡ଼ିଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଶେଷରେ ଡିଆଇଓ ନର୍ସ ଚନ୍ଦ୍ର କୁମାରୀ(୪୮)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଜବାବ ରଖିବାକୁ କୁହାଯାଇଛି। ଏହାଛଡ଼ା ଉକ୍ତ ଯୁବକ ଆଉ କେବେ ଆସି ଟିକା ଲଗାଇପାରିବେ ବୋଲି ସେ କହିଛନ୍ତି।

Share