Posted inଜାତୀୟ

୨୫୦ ଟଙ୍କା କ୍ଷତି ହେବା ଯୋଗୁ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କଲେ ଯୁବକ, ପୁରା ଘଟଣା ଜାଣିଲେ…

ପାଟନା,୨୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୋଗୁ ବିହାରର ଜଣେ ଯୁବକଙ୍କ ୨୫୦ ଟଙ୍କା କ୍ଷତି ହୋଇଥିଲା। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଥିବା ରାହୁଲଙ୍କ ବିରୋଧରେ ଜଣେ ଦୁଗ୍ଧ ବିକ୍ରେତା ଅଜବଗଜବ ମାମଲା ରୁଜୁ କରିଛନ୍ତି। ନେତାଙ୍କ ଏକ ବୟାନ ଶୁଣି ତାଙ୍କୁ ଏଭଳି ଝଟ୍‌କା ଲାଗିଲା ଯେ ତାଙ୍କ ହାତରୁ ଦୁଗ୍ଧ ଭର୍ତ୍ତି ବାଲ୍ଟି ଖସି ପଡ଼ିଥିବା ସେ ଅଭିଯୋଗ ଆଣିଛନ୍ତି।

ଯୁବକଜଣଙ୍କ ହେଲେ ବିହାରର ସମସ୍ତିପୁର ଜିଲା ବାସିନ୍ଦା ମୁକେଶ କୁମାର। ସେ ରୋସଡା କୋର୍ଟରେ ରାହୁଲଙ୍କ ବିରୋଧରେ ଯାଚିକା ଦାଖଲ କରିଛନ୍ତି। ଗତ ସପ୍ତାହରେ ରାହୁଲଙ୍କ ‘ଭାରତୀୟ ରାଜ୍ୟ ବିରୋଧରେ ଲଢ଼େଇ’ନେଇ ମନ୍ତବ୍ୟ ଶୁଣି ତାଙ୍କୁ ଝଟ୍‌କା ଲାଗିଥିଲା। ସେ ଏଭଳି ଚମକି ପଡ଼ିଥିଲେ ଯେ ତାଙ୍କ ହାତରୁ ୫ ଲିଟର ଦୁଗ୍ଧ ଭର୍ତ୍ତି ବାଲ୍‌ଟି ଖସି ପଡ଼ିଥିଲା, ଯାହାର ମୂଲ୍ୟ ଲିଟର ପ୍ରତି ୫୦ ଟଙ୍କା ଥିଲା। ଏମିତିରେ ତାଙ୍କୁ ମୋଟ ୨୫୦ ଟଙ୍କା କ୍ଷତି ହୋଇଥିବା ସେ ଦାବି କରିିଛନ୍ତି।

ମୁକେଶ ଏହାକୁ ନେଇ ସମସ୍ତିପୁରରେ ଥିବା ସିଭିଲ୍‌ କୋର୍ଟରେ ଯାଚିକା ଦାୟର କରିଛନ୍ତି। ସେଥିରେ ରାହୁଲ ଗାନ୍ଧୀଙ୍କ ଉପରେ ଦେଶଦ୍ରୋହ ଏବଂ ଅନ୍ୟ ଅପରାଧିକ ଧାରା ଅନୁଯାୟୀ ମୋକଦ୍ଦମା ଚଳାଇବାକୁ ସେ ଦାବି କରିଛନ୍ତି। ରାହୁଲଙ୍କ ବୟାନ ଭାରତର ସାର୍ବଭୌମତ୍ୱକୁ ବିପଦରେ ପକାଇପାରେ। କୋର୍ଟ ଏହି ମାମଲାର ଫେବୃଆରୀ ୧୭, ୨୦୨୫ରେ ଶୁଣାଣି କରିବେ।

ମୁକେଶ କହିଛନ୍ତି ଯେ ରାହୁଲଙ୍କ ଭାଷଣ ଶୁଣି ତାଙ୍କ ଭାବନା ଆହତ ହୋଇଛନ୍ତି। ସମ୍ପୂର୍ଣ୍ଣ ମାମଲାରେ କୋର୍ଟକୁ ଦୃଷ୍ଟି ଦେବା ଉଚିତ। ଦେଶ ବିରୋଧରେ କେହି ଭୁଲ୍‌ ବୟାନ ଦେଲେ ନିଶ୍ଚିତ ଭାବେ ମନକୁ କଷ୍ଟ ହେବ। ଦେଶର ଜଣେ ସୁନାଗରିକ ଭାବେ ସେ ବୟାନକୁ ଅଗ୍ରହଣୀୟ ମନେ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

କହିରଖୁଛୁ, ଜାନୁଆରୀ ୨୫ରେ ଦିଲ୍ଲୀର ଇନ୍ଦିରା ଭବନ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କର୍ମୀଙ୍କ ବୈଠକରେ ରାହୁଲ ସମ୍ବୋଧିତ କରିଥିଲେ। ସେ ନିଜର ଭାଷଣରେ କହିଥିଲେ, ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଆମ ଦେଶର ସମସ୍ତ ସଂଗଠନ ଉପରେ ନିୟନ୍ତ୍ରଣ ସ୍ଥାପନ କରିନେଇଛନ୍ତି । ଏବେ ଆମ ଲଢ଼େଇ ଭାଜପା ଏବଂ ଆର୍‌ଏସ୍‌ଏସ୍‌ ବିପକ୍ଷରେ ନୁହେଁ ବରଂ ‘ଭାରତୀୟ ରାଜ୍ୟ’ ବିରୋଧରେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri