Posted inଜାତୀୟ

Rekha Gupta Vs Atishi Marlena: ଆତିଶୀଙ୍କୁ ବିରୋଧୀ ଦଳ ନେତା କରିବା ପଛରେ ରହିଛି ବିହାର ଲିଙ୍କ୍‌! ତାଜୁବ କରିଦେବ ସମୀକରଣ

ନୂଆଦିଲ୍ଲୀ,୨୩।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଧାୟକ ଦଳର ବୈଠକରେ ପ୍ରବେଶ ବର୍ମା ରେଖା ଗୁପ୍ତାଙ୍କ ନାମ ପ୍ରସ୍ତାବ କରିଥିଲେ। ଏହରି ଭିତରେ ଆଗାମୀ ବିଧାନସଭା ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା କରିବା ପାଇଁ ରବିବାର ଆମ ଆଦମୀ ପାର୍ଟି (AAP) ବିଧାୟକ ଦଳ ବୈଠକରେ Atishi Marlenaଙ୍କୁ ବିରୋଧୀ ଦଳ ନେତା ଭାବରେ ର୍ନିବାଚିତ କରିଛିି। ତେବେ ଦିଲ୍ଲୀର ପୂର୍ବତନ ବିଧାୟକ Atishi Marlenaଙ୍କୁ ବିରୋଧୀ ଦଳ ନେତା ଭାବେ ବାଛିବା ପଛରେ କ’ଣ କାରଣ ରହିଛି । କୁହାଯାଉଛି ଏଥିରେ ବିହାର ସହିତ ଲିଙ୍କ୍‌ ରହିଛି। ଆସନ୍ତୁ ଜାଣିବା…

ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ଗୋପାଳ ରାୟ କହିଛନ୍ତି ଯେ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ର୍ନିବାଚିତ ହୋଇଛନ୍ତି। Atishi Marlenaଙ୍କୁ ସର୍ବସମ୍ମତିକ୍ରମେ ଆମ ଆଦମୀ ପାର୍ଟି ବିଧାୟକ ଦଳର ନେତା ଭାବରେ ର୍ନିବାଚିତ କରାଯାଇଛି। ସଞ୍ଜୀବ ଝା ଆତିଶୀଙ୍କ ନାମ ପ୍ରସ୍ତାବ କରିଥିଲେ ଏବଂ ସମସ୍ତ ବିଧାୟକଙ୍କ ମତାମତ ନିଆଯାଇଥିଲା, ଯାହା ପରେ ଆତିଶୀଙ୍କୁ ସର୍ବସମ୍ମତିକ୍ରମେ ବିରୋଧୀ ଦଳ ନେତା ଭାବରେ ର୍ନିବାଚିତ କରାଯାଇଥିଲା।

ବିରୋଧୀ ଦଳ ନେତା ପଦ ପାଇଁ ଆତିଶୀଙ୍କ ନାମ ପ୍ରସ୍ତାବ ଦେଇଥିବା ବିଧାୟକ ହେଉଛନ୍ତି ସଞ୍ଜୀବ ଝା। ସେ ବିହାରର ମୁଧବାନିର ବାସିନ୍ଦା ଏବଂ ଦିଲ୍ଲୀର ବୁରାରି ଆସନରୁ ଜିତିଛନ୍ତି। ଏହି ଆସନରୁ ସେ ଚତୁର୍ଥ ଥର ପାଇଁ ଜିତିଛନ୍ତି। ସେ ଏହି ଆସନରୁ ଭାଜପାକୁ ପରାସ୍ତ କରିନାହାଁନ୍ତି ବରଂ ଏନଡିଏରେ ତାଙ୍କର ସହଯୋଗୀ ଜେଡିୟୁର ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ସଞ୍ଜୀବ ଝା ଜନତା ଦଳ (ୟୁନାଇଟେଡ)ର ଶୈଳେନ୍ଦ୍ର କୁମାରଙ୍କୁ 20,601 ଭୋଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି। ୨୦୨୦ ବିଧାନସଭା ର୍ନିବାଚନରେ, ଆପର ସଞ୍ଜୀବ ଝା ୮୮୧୫୮ ଭୋଟରେ ବିଜୟୀ ହୋଇଥିଲେ ଏବଂ ଜେଡି(ୟୁ)ର ଶୈଳେନ୍ଦ୍ର କୁମାର ୫୧୪୪୦ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଥିଲେ।

ଗୋପାଳ ରାୟ କହିଛନ୍ତି ଯେ ଯଦି ଦିଲ୍ଲୀର ଲୋକମାନେ ଯେଉଁ ପ୍ରତିଶ୍ରୁତି ଆଧାରରେ ଭାଜପାକୁ ର୍ନିବାଚିତ କରିଛନ୍ତି, ଏହି ପ୍ରସଙ୍ଗ ଗୃହରେ ଉଠାଯିବ। ଆତିଶୀ କହିଛନ୍ତି ଯେ ଦିଲ୍ଲୀର ଲୋକମାନେ ଆମ ଆଦମୀ ପାର୍ଟିକୁ ବିରୋଧୀ ଭୂମିକା ଦେଇଛନ୍ତି। ବିରୋଧୀ ଦଳ ଭାବରେ ଆମେ ଆମର ଦାୟିତ୍ୱ ପାଳନ କରିବୁ। ଦିଲ୍ଲୀବାସୀଙ୍କୁ ଭାଜପା ଦେଇଥିବା ପ୍ରତିଶ୍ରୁତି ଆମ ଆଦମୀ ପାର୍ଟି ପୂରଣ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମ କ୍ୟାବିନେଟରେ 2500 ଟଙ୍କା ପାସ ହେବ, ଏହା ମୋଦୀଜୀଙ୍କ ଗ୍ୟାରେଣ୍ଟି ଥିଲା କିନ୍ତୁ ଏହା ପୂରଣ ହୋଇନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri