ବ୍ରହ୍ମପୁର ବଜାରରେ ବିହାର ଲିଚୁର ଚାହିଦା ଅଧିକ

ବ୍ରହ୍ମପୁର ଅଫିସ,୧୯।୫: ରେଶମ ସହର ବ୍ରହ୍ମପୁରରେ ଗ୍ରୀଷ୍ମ ପ୍ରଭାବରେ ପ୍ରତିଦିନ ଉତ୍ତାପ ବଢ଼ୁଥିବାରୁ ପ୍ରବଳ ଗରମ ଅନୁଭୂତ ହେବା ସହ ପାରଦ ବଢ଼ିଚାଲିିଛି। ଅନ୍ୟପଟେ ବଜାରରେ କିଛି ଦିନ ହେବ ପ୍ରବେଶ କରିଛି ଖରାଦିନିଆ ଫଳ ଲିଚୁ। ଲିଚୁରେ ପ୍ରବଳ ମାତ୍ରାରେ ଭିଟାମିନ ସି, ବି-୬, ନିୟାସିନ, ଫୋଲେଟ, ମ୍ୟାଗ୍ନେସିୟମ, ଫସ୍‌ଫରସ୍‌, ରାଇବୋପ୍ଲୋବିନ ସମେତ ଅନେକ ପ୍ରକାର ପୋଷକ ତତ୍ତ୍ୱ ଥାଏ। ଯାହା ଶରୀରକୁ ଥଣ୍ଡା ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହି କାରଣରୁ ବଜାରରେ ଲିଚୁର ଚାହିଦା ସର୍ବଦା ଅଧିକ ରହିଥାଏ, କିନ୍ତୁ ଚଳିତ ବର୍ଷ ଚାହିଦା ଅପେକ୍ଷା ଲିଚୁ ଦର ଅହେତୁକ ବୃଦ୍ଧି ପାଇଥିବାରୁ ବିକ୍ରି କମ ହେଉଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ବଜାରରେ ବିକ୍ରି ହେଉଥିବା ଲିଚୁ ମୁଖ୍ୟତଃ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ,ବିହାର ଓ ଉତ୍ତରପ୍ରଦେଶରୁ ଅଧିକ ଆମଦାନୀ ହେବା ସହ ଓଡ଼ିଶାର ଫୁଲବାଣୀ ଓ ସମ୍ବଲପୁରରେ ଉପତ୍ାଦିତ ହେଉଥିବା ଲିଚୁ ମଧ୍ୟ ବ୍ରହ୍ମପୁର ବଜାରରେ ଉପଲବ୍ଧ ହୋଇପାରୁଛି। କିନ୍ତୁ ବିହାରରୁ ଆମଦାନୀ ହେଉଥିବା ଲିଚୁ ଦେଖିବାକୁ ଆକର୍ଷଣୀୟ ଓ ବେଶ୍‌ ସ୍ବାଦଯୁକ୍ତ ହୋଇଥିବାରୁ ଏହା କେଜି ପିଛା ସର୍ବାଧିକ ୧୬୦ ଟଙ୍କାରେ ବିକ୍ରି ହେବା ସହ ଏହାର ଚାହିଦା ରହିଛି। ବ୍ରହ୍ମପୁର ବଜାରରେ ବଡ଼ବଜାର, ସାନବଜାର ଛକ, ବିଭିନ୍ନ ଫଳ ଦୋକାନ ବ୍ୟତୀତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆ ରାସ୍ତା, ଅନ୍ନପୂର୍ଣ୍ଣା ବଜାରରେ ଲିଚୁ ବେଶି ପରିମାଣରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଗତ ବର୍ଷ ବଜାରରେ ଲିଚୁ କିଲୋ ପିଛା ୮୦ -୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ଦର ୧୩୦- ୧୬୦ ଟଙ୍କା ପ୍ରତି କିଲୋ ରହିଛି। ପୂର୍ବ ବର୍ଷମାନଙ୍କରେ ନିୟମିତ ପ୍ରାୟ ୫୦ରୁ ୭୦ କେଜି ଲିଚୁ ଦୈନିକ ଖୁଚୁରାରେ ବିକ୍ରି ହେଉଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ୨୦ରୁ ୩୦ କେଜି ବିକ୍ରି ହୋଇପାରୁଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଲିଚୁ ଦରବୃଦ୍ଧି ପାଇଛି ଯାହାଦ୍ୱାରା ଇଚ୍ଛା ଥିବା ସତ୍ତ୍ୱେ ଗ୍ରାହକ କିଣିବାକୁ ପଛଘୁଞ୍ଚା ଦେଉଥିବା ଖୁଚୁରା ବେପାରୀମାନଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri