କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…

ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ୁଛି। ତେଣୁ କରୋନା ରୋଗୀଙ୍କ ପାଇଁ ଅସୁବିଧା ଆହୁରି ବଢ଼ୁଛି। ଭାଗଲପୁରର ଜବାହାରଲାଲ ନେହେରୁ ମେଡିକାଲ କଲେଜ-ହସ୍ପିଟାଲ ରାଜ୍ୟର କୋଭିଡ ସ୍ପେଶାଲ ହସ୍ପିଟାଲରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏହାର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି। ଏହି ହସ୍ପିଟାଲ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନା ରୋଗୀଙ୍କୁ ବାହାର ପବନ ଖୁଆଇବା ପାଇଁ ପରିବାର ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ଡାକ୍ତରଖାନା ବାହାରକୁ ନେଇଗଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଡାକ୍ତରଖାନାରେ ମୋଟ ୮ଶହ ଶଯ୍ୟା ରହିଛି। ଏହା ତୁଳନାରେ ଡାକ୍ତର ଏବଂ କର୍ମଚାରୀଙ୍କର ସଂଖ୍ୟା ଖୁବ୍‌ କମ୍‌। ତେବେ ହସ୍ପିଟାଲର ତୃତୀୟ ମହଲାର ଆଇସିୟୁରେ ରହି ଜଣେ ରୋଗୀ ଚିକିତ୍ସିତ ହେଉଥିଲେ। ତାଙ୍କୁ ଖୋଲା ପବନର ଆବଶ୍ୟକତା ଥିଲା। ତେଣୁ ପରିବାର ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀଙ୍କୁ ଆଇସିୟୁ ବେଡ୍‌ ଏବଂ ଅମ୍ଳଜାନ ଟ୍ରଲି ସହିତ ହସ୍ପିଟାଲ ବାହାରକୁ ଟାଣି ନେଇଥିଲେ। ତେବେ ରୋଗୀଙ୍କ ପରିବାର ଲୋକେ କେହି ମାସ୍କ ପିନ୍ଧି ନ ଥିଲେ। ଡାକ୍ତରମାନେ ସେମାନଙ୍କୁ ଅଟକାଇବାରୁ ପରିବାର ଲୋକେ ଧମକ ଦେଇଥିଲେ। ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା ବୋଲି ଡାକ୍ତମାନେ କହିଛନ୍ତି। ଏହି ଘଟଣାଟି ଜୁଲାଇ ୧୯ ତାରିଖର। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଣିଥରେ ଏହା ଚର୍ଚ୍ଚାକୁ ଆସିଛି। ତେବେ ହସ୍ପିଟାଲରେ ଠିକ୍‌ଭାବେ ଚିକିତ୍ସା ହେଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri