Categories: ଜାତୀୟ

ବିହାରର ସାରନ ପରେ ଏବେ ସିଓ୍ବାନରେ ବିଷାକ୍ତ ମଦ ନେଲା ଜୀବନ

ପାଟନା,୧୬।୧୨: ବିହାରର ସାରନ ପରେ ଏବେ ସିଓ୍ବାନ ଜିଲାରେ ମଧ୍ୟ ବିଷାକ୍ତ ମଦ ଯୋଗୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ସିଓ୍ବାନର ଭଗବାନପୁରରେ ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଛି। ଉକ୍ତ ଘଟଣା ଏହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ପଡୋଶୀ ଜିଲା ସାରନର ଛପରା ଗ୍ରାମରେ ମଧ୍ୟ ବିଷାକ୍ତ ମଦ ପିଇ ୫୩ଜଣଙ୍କ ମୃତ୍ୟୁ ଘଟିସାରିଛି। ତେବେ ବିହାରର ୨ଟି ଜିଲାରେ ଏପର୍ଯ୍ୟନ୍ତ ମୋଟ ୫୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ବ୍ରହ୍ମସ୍ଥାନ ନିକଟରେ ରହୁଥିବା କିଛି ବ୍ୟକ୍ତି ଗୋଟିଏ ସ୍ଥାନରେ ଏବଂ ଗୋଟିଏ ସମୟରେ ମଦ ପିଇଥିଲେ। ତେବେ ଏହାର କିଛି ସମୟ ପରେ ଜଣ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରୁ ୩ଜଣଙ୍କର ମୃତ୍ୟୁ ଚିକିତ୍ସା ପାଇଁ ଗୋରଖପୁର ଯାଉଥିବା ବେଳେ ରାସ୍ତାରେ ଘଟିଥିବା ସୂଚନା ମିଳିଛି।

Share