Posted inଜାତୀୟ

କଂଗ୍ରେସ ପାଇଁ ହାରିଲେ ତେଜସ୍ୱୀ!

ପାଟନା,୧୦ ।୧୧: ବିହାର ବିଧାନସଭା ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏବେସୁଦ୍ଧା ପ୍ରାୟ ସମସ୍ତ ୨୪୩ ବିଧାନସଭା ଆସନର ଗଣତି ସମ୍ପର୍କରେ ସୂଚନା ମିଳିଛି । ଏଥିରେ ଭାଜପା-ଜେଡିୟୁର ଏନ୍‌ଡିଏ ୧୨୪ ଆସନରେ ଆଗୁଆ ଥିବା ବେଳେ ଏହାକୁ ବହୂମତ ମିଳିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ନେତୃତ୍ୱରେ ମହାମେଣ୍ଟ ମାତ୍ର ୧୦୫ ଆସନରେ ଆଗରେ ରହିଛି । ଏହାସହ କଂଗ୍ରେସ ମାତ୍ର ୨୧ଟି ଆସନରେ ଆଗରେ ଥିବା ସୂଚନା ମିଳିଛି । ଏହାକୁ ଦେଖିଲେ ଲାଗୁଛି ମହାମେଣ୍ଟ ପଛେଇ ଯାଇପାରେ । ଏବେ ଆଲୋଚନା ହେଉଛି କି ଯଦି ମହାମେଣ୍ଟ ହାରିବ ତେବେ ସେଥିପାଇଁ କଂଗ୍ରେସ ଦାୟୀ । ଆଉ କଂଗ୍ରେସ ପାଇଁ ହିଁ ତେଜସ୍ୱୀ ହାରିଯାଇପାରନ୍ତି । ପ୍ରଥମେ ଏକ୍‌ଜିଟ୍ ପୋଲରେ ଆର୍‌ଜେଡି ଏଥର ସବୁଠାରୁ ବଡ ଦଳ ହୋଇ ଉଭା ହୋଇପାରେ ବୋଲି ଅନୁମାନ କରାଯାଇଥିବା ବେଳେ ଏବେ ଗଣତି ପରେ ଭଜପା ବଡ ଦଳ ହୋଇ ଉଭା ହେଲାଣି ବୋଲି ନଜର ଆସିଛି । ତେଣୁ ଏହାକୁ ଦେଖିଲେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ସାମାନ୍ୟ ନରମ ପଡି ଯାଇଥିବା ଲକ୍ଷ୍ୟ କରାଯାଉଛି ବୋଲି ଆଲୋଚନା ହେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri