Posted inଜାତୀୟ

ଭାଜପା ବିଜ୍ଞାପନରେ କେବଳ ମୋଦି, ନୀତିଶ ଗାଏବ୍‌

ପାଟନା, ୨୬।୧୦: ଆସନ୍ତା ଅକ୍ଟୋବର ୨୮ରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। କିନ୍ତୁ ଏହାର ଠିକ ପୂର୍ବରୁ ଭାଜପା ଖବରକାଗଜରେ ଏକ ବିଜ୍ଞାପନ ଦେଇଥିଲା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଏନଡିଏରେ ସାମିଲ ଜନତା ଦଳ ୟୁନାଇଟେଡ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ବିକାଶୀଳ ଇନସାନ ପାର୍ଟି ପରି ଅନ୍ୟ ରାଜନୈତିକ ଦଳର ଚିହ୍ନ ଏହି ବିଜ୍ଞାପନରେ ରହିଥିଲା କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଫଟୋ ଏହି ବଡ ବିଜ୍ଞାପନରେ ନ ଥିଲା। ରାଷ୍ଟ୍ରୀୟ ଜନତା ଦଳ ନିଜ ଟୁଇଟର୍‌ ପେଜ୍‌ରେ ଏହି ବିଜ୍ଞାନ ବାହାରି ଥିବା ପେପର୍‌ ଗୁଡିକର ଫଟୋ ଛାଡି କହିଛି ଯେ, ବିହାରର ମୁଖ୍ୟମନ୍ତ୍ରୀ ଚୟନ କରାଯିବ, ପ୍ରଧାନମନ୍ତ୍ରୀ ନୁହେଁ। ସୂଚନାଯୋଗ୍ୟ, ଅକ୍ଟୋବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାସାରାମ ଏବଂ ଭାଗଲପୁରରେ ନୀତୀଶ କୁମାରଙ୍କ ସହ ମିଳିତ ରାଲିରେ ସମ୍ବୋଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ଆନ୍ଦୋଳନରୁ ଉଠୁ ଉଠୁ ଅଭିଜିତ୍‌ ଦିପକେଙ୍କୁ ହେଲା ଭୟଙ୍କର ରୋଗ! ସୋସିଆଲ ମିଡିଆରେ ସୂଚନା ଦେଇ କହିଲେ…

ନୂଆଦିଲ୍ଲୀ,୨୬।୭: ବର୍ଷା ଋତୁରେ ଟାଇଫଏଡ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଏଭଳି ଏକ ରୋଗ, ଯାହାକୁ ଲୋକମାନେ ପ୍ରାୟତଃ ସାଧାରଣ ଜ୍ୱର ଭାବି…

CJPର ବଡ଼ ଘୋଷଣା: ଆନ୍ଦୋଳନ ଶେଷ, ଏବେ ଆଇନଗତ ଯୁଦ୍ଧ ଆରମ୍ଭ! ପୁଣି ଚିନ୍ତାରେ ପଡିଲେ ସରକାର

ନୂଆଦିଲ୍ଲୀ,୨୬।୭: ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଯନ୍ତର-ମନ୍ତରରେ ୩୬ ଦିନ ଧରି ଚାଲିଥିବା ଆନ୍ଦୋଳନ ସମାପ୍ତ ହେବା ପରେ କକ୍ରୋଚ ଜନତା ପାର୍ଟି (CJP) ର…

ଜଣେ ଅଧିକାରୀଙ୍କ ବଦଳିରୁ ଆରମ୍ଭ ହୋଇଥିଲା ପରିବର୍ତ୍ତନ, ମନ୍ତ୍ରଣାଳୟରେ ପଡିଯାଇଥିଲା ହାହାକାର!

ନୂଆଦିଲ୍ଲୀ,୨୬।୭: ପେପର ଲିକ୍‌ ପ୍ରସଙ୍ଗରେ ଯନ୍ତରମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟରେ ସ୍ଥିତି ସାଧାରଣ ଜଣାପଡୁଥିଲା, କିନ୍ତୁ ମାତ୍ର…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri