Posted inଜାତୀୟ

ବିହାର ବିଧାନସଭା ନିର୍ବାଚନ: ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବ ମହାମେଣ୍ଟ

ପାଟନା,୧୭ ।୧୦: ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ସବୁ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ପଡିଛନ୍ତି । ଆଉ ସବୁ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ଇତି ମଧ୍ୟରେ ମହାମେଣ୍ଟ ପକ୍ଷରୁ ନିର୍ବାଚନ ଘୋଷଣା ପତ୍ର ଜାରି କରାଯାଇଛି । ଏହାସହ ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ନିର୍ବାଚନ ରାଲି ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିବାକୁ ମଧ୍ୟ ପ୍ରୟାସ କରିବ । ଆର୍‌ଜେଡି ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଓ ଶକ୍ତି ସିଂ ଗୋହିଲଙ୍କ ଉପସ୍ଥିତିରେ ମହାମେଣ୍ଟ ତା’ର ଘୋଷଣା ପତ୍ର ଜାରି କରିଛି । ମହାମେଣ୍ଟ ଘୋଷଣା କରିଛି ସେ ଶାସନ କ୍ଷମତାକୁ ଆସିଲେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇ ଦେବ । ଯଦି ଜନତା ସୁଯୋଗ ଦେବେ ତେବେ ପ୍ରଥମ କ୍ୟାବିନେଟର ପ୍ରଥମ ଦିନରେ ଚାକିରିକୁ ନେଇ ଦସ୍ତଖତ କରାଯିବ ବୋଲି ମାହାମେଣ୍ଟ କହିଛି । କଳସ ସ୍ଥାପନ କରି ଆମେ ସଂକଳ୍ପ କରୁଛୁ । ଆମର ସଂକଳ୍ପ ପରିବରର୍ତ୍ତନ ପାଇଁ । ସମାନ କାମ କରୁଥିବା ଲୋକଙ୍କୁ ସମାନ ଦରମା ଦେବା । ପଳାୟନକୁ ଆମେ ରୋକିବୁ । ଏୟାରପୋର୍ଟରେ ୱାର୍ଲଡ କ୍ଲାସ ସୁବିଧା ଦେବୁ । କୃଷି ଋଣ ଛାଡ କରିବୁ । ବିଜୁଳି ସମସ୍ୟାର ସମାଧାନ କରିବୁ ବୋଲି ଘୋଷଣାପତ୍ରରେ କହିଛି ମହାମେଣ୍ଟ । ଏହାସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ମହାମେଣ୍ଟ କହିଛି ଗତ ୧୫ ବର୍ଷ ହେଲା ନୀତୀଶ ବିହାରରେ ଶାସନ କରୁଥିଲେ ବି ଏପର୍ଯ୍ୟନ୍ତ ଏହା ବିଶେଷ ରାଜ୍ୟର ମାନ୍ୟତା ପାଇ ପାରି ନାହିଁ । ଡୋନାଲ୍ଡ ଟ୍ରମ୍ପ ଏଠାକୁ ଆସି ସମସ୍ୟାର ସମାଧାନ କରିବେ ନାହିଁ ବୋଲି କହିଛି ମହାମେଣ୍ଟ ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?