Categories: ଜାତୀୟ

ବିହାର ନିର୍ବାଚନ: ମୋଦିଙ୍କ ରାଲି ଉପରେ ଜେଡିୟୁର ନଜର

ନୂଆଦିଲ୍ଲୀ,୧୦ ।୧୦: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ ତାରିଖ । ଏହାକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟ ତତ୍ପର । ଏଥର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ନିର୍ବାଚନ ଲଢୁଥିବା ଜନତା ଦଳ ୟୁନାଇଟେଡ(ଜେଡିୟୁ) ବିଜୟ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଭାଜପାର୍ ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ଅପେକ୍ଷା ରଖିଛି । ନିର୍ବାଚନରେ ଏଲ୍‌ଜେପିର ଭୂମିକାକୁ ନେଇ ବହୁ ପ୍ରଶ୍ନ ଉଠୁଥିବା ବେଳେ ଜେଡିୟୁ ଏହି ମାମଲାରେ ମୋଦିଙ୍କ ମନୋଭାବକୁ ଜାଣିବାକୁ ଚାହୁଁଛି । ଯଦିଓ ଏଲ୍‌ଜେପିର ରଣତୀତି ଉପରେ ବିହାର ଭାଜପା ଆକ୍ରମଣ ମୁଡରେ ରହିଛି, ହେଲେ କେନ୍ଦ୍ର ଭାଜପା ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଟିପ୍ପଣୀ ଦେଇ ନ ଥିବାରୁ ଏହା ଜେଡିୟୁ ପାଇଁ ଟିକେ ଚିନ୍ତା ଜନକ ବିଷୟ ପାଲଟି ଯାଇଛି । ତେବେ ବିହାରରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ରୁ ଅଧିକ ରାଲି କରିପାରିବେ ନାହିଁ । ତେଣୁ ବିଜୟ ଲକ୍ଷ୍ୟକୁ ଦେଖି ଏବେ ସମସ୍ତ ସହଯୋଗୀ ଅପେକ୍ଷା ରଖିଛନ୍ତି ମୋଦିଙ୍କ ରାଲିକୁ ।

Share