ଚକ୍ରବ୍ୟୁହରେ ରିୟା: ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏବେ କିଛି ବି କରିବ ବିହାର ପୋଲିସ୍‌

ପାଟଣା: ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ନୂଆ ନୂଆ ମୋଡ଼ ନେଉଛି। ଏବେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅଣ୍ଟା ଭିଡିଛି ବିହାର ପୋଲିସ। ସୁଶାନ୍ତଙ୍କ ବାପା ପାଟଣା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପାଟଣା ପୋଲିସର ଏକ ଟିମ୍‌ ବମ୍ବେରେ ପହଞ୍ଚିଛି। ଆଗାମୀ ଦିନରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଯାହା ବି କରିବାକୁ ପଡ଼ିବ କରିବୁ ବୋଲି ଏକ ଖବରଦାତା ସମ୍ମିଳନୀରେ ବିହାର ପୋଲିସ ଡିଜି କହିଛନ୍ତି।

ଡିଜି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି, ବିହାର ପୋଲିସ ସୁଶାନ୍ତଙ୍କ ରୋଷେୟା, ଅଙ୍କିତା ଲୋଖଣ୍ଡେ, ଡାକ୍ତର, ବନ୍ଧୁ ମହେଶ ଶେଟ୍ଟୀଙ୍କ ସହ କଥା ହୋଇଛନ୍ତି। ଏବେ ରିୟାଙ୍କୁ ଖୋଜାଯାଉଛି। ସୁଶାନ୍ତ କେବଳ ବିହାରର ନୁହେଁ, ପୁରା ଦେଶର ପୁଅ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ନେପୋଟିଜିମ୍‌ରୁ ବାହାରି ଷଡଯନ୍ତ୍ର ଆଡକୁ ଇଙ୍ଗିତ କରୁଛି। ପୋଲିସ ଏହା ପରେ ରୁମ୍‌ ପାର୍ଟନର ଥିବା ସିର୍ଦ୍ଧାର୍ଥ ପିଠାନୀଙ୍କୁ ପଚରାଉଚରା କରିବେ। ରିୟା ମିଳିବା ପରେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରାଯିବ ବୋଲି ଡିଜି କହିଛନ୍ତି।

Share