Categories: ଜାତୀୟ

ବିହାରରେ ୪ ବିଦେଶୀ ପର୍ଯ୍ୟଟକ କରୋନା ଚିହ୍ନଟ

ପାଟନା,୨୬।୧୨: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରବଚନ ଶୁଣିବା ପାଇଁ ଗୟାରେ ଏକାଠି ହୋଇଥିବା ଭକ୍ତଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଡିସେମ୍ବର ୨୩ରେ, ଗୟାକୁ ଆସିଥିବା ବିଦେଶୀ ନାଗରିକଙ୍କ କରୋନା ଟେଷ୍ଟ କରାଯାଇଥିଲା, ସେଥିମଧ୍ୟରୁ ଚାରିଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଇଂଲଣ୍ଡ ଏବଂ ବାକି ୨ ଜଣ ଥାଇଲାଣ୍ଡ ଏବଂ ମିଆଁମାରର ବୋଲି ଜଣାପଡିଛି। ଦଲାଇ ଲାମାଙ୍କ ପ୍ରାୟ ୪୦ଟି ଦେଶରୁ ୨୦ ହଜାରରୁ ଅଧିକ ଭକ୍ତ ଗୟାରେ ରହିବେ। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ପରେ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
କରୋନା ପଜିଟିଭ ଥିବା ଚାରିଜଣ ବିଦେଶୀ ନାଗରିକଙ୍କୁ ବୋଧ ଗୟାସ୍ଥିତ ଏକ ହୋଟେଲରେ ଅଲଗା କରାଯାଇଛି। ଚାରିଜଣ ବିଦେଶୀ ନାଗରିକ କରୋନା ପଜିଟିଭ ଥିବା ସୂଚନା ପାଇବା ପରେ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇପଡିଛି।

Share