Categories: ଜାତୀୟ

ଗୟାରେ କରୋନା ବିସ୍ଫୋରଣ

ପାଟଣା,୨୬।୧୨: ବିହାରର ଗୟାରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ଏକାସାଙ୍ଗରେ ୪ଜଣ ବିଦେଶୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆର୍‌ଟିପିସିଆର୍‌ ଟେଷ୍ଟରେ ଏନେଇ ଜଣାପଡ଼ିବା ପରେ ସମସ୍ତଙ୍କୁ ପୃଥକାବାସରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଗୟା ବିମାନବନ୍ଦରରେ ଆର୍‌ଟିପିସିଆର୍‌ ଟେଷ୍ଟରେ ଏହି ଘଟଣା ସାମ୍ନାକୁ ଆସିଛି। ଚିହ୍ନଟ ହୋଇଥିବା ବିଦେଶୀଙ୍କ ମଧ୍ୟରୁ ଜଣେ ଥାଇଲ୍ୟାଣ୍ଡର, ୨ଜଣ ଇଂଲଣ୍ଡର ଏବଂ ଜଣେ ମିଆଁମାରର। ସେମାନେ ବୋଧଗୟା ଲାଗି ଆସିଥିବା ଜଣାପଡ଼ିଛି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସତର୍କତାର ସହ ସେମାନଙ୍କର ଚିକିତ୍ସା କରାଯାଉଛି।

Share