ନୂଆଦିଲ୍ଲୀ, ୧୫।୫: ବିସ୍ଫୋରକ ବ୍ୟାଟସମ୍ୟାନ ଇଶାନ କିଷାନ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟଛନ୍ତି। ଏହି ସମୟରେ ସମ୍ରାଟ ଚୌଧୁରୀ ପାଟନାର ବାସିନ୍ଦା ଇଶାନ କିଷାନଙ୍କୁ ଏକ କୋଟି ଟଙ୍କାର ଚେକ ଦେଇ ସମ୍ମାନିତ କରିଛନ୍ତି। ବିହାରର ମୁଖ୍ୟ ସଚିବ ପ୍ରତ୍ୟାୟ ଅମୃତ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ଆଇସିସି ଟି୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଇଶାନ କିଷାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ କୋଟି ଟଙ୍କାର ଚେକ ପ୍ରଦାନ କରିଥିଲେ ଏବଂ ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ଇଶାନ କିଷାନଙ୍କ ମାଆ ସୁଚିତ୍ରା ସିଂହ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।