Categories: ଜାତୀୟ

ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଲେ ନୀତୀଶ କୁମାର, ସାଙ୍ଗରେ ଅଛନ୍ତି ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆମ ଆଦମୀ ପାର୍ଟି (ଏଏପି)ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ତାଙ୍କ ସହ ତେଜସ୍ବୀ ଯାଦବ, ସଞ୍ଜୟ ଝା, ମନୋଜ ଝା, ଲଲନ ସିଂ ରହିଛନ୍ତି। ସାକ୍ଷାତକାରର ସମୟ ୧୧ଟା ୩୦ ନିର୍ଦ୍ଧାରିତ ହୋଇଥିଲେ ବି ଏହାର ଅଧ ଘଣ୍ଟା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନିକଟରେ ଦିଲ୍ଲୀ ସ୍ଥିତ ତାଙ୍କ ଘରେ ପହଞ୍ଚିଛନ୍ତି।

Share