Categories: ଜାତୀୟ

ବିହାର ବିଧାନସଭା ଆରମ୍ଭରୁ ବିବାଦ: ଏଆଇଏମ୍‌ଆଇଏମ୍ ବିଧାୟକ ଶପଥ ଗ୍ରହଣ ସମୟରେ ପଢିଲେ ନାହିଁ ‘ହିନ୍ଦୁସ୍ତାନ’ ଶବ୍ଦ

ପାଟନା,୨୩ ।୧୧: ସୋମବାର ଆରମ୍ଭ ହୋଇଛି ନବଗଠିତ ବିହାର ୧୭ ତମ ବିଧାନସଭାର ପ୍ରଥମ ଅଧିବେଶନ । ହେଲେ ପ୍ରଥମରୁ ହିଁ ବିବାଦ ଉପୁଜିଛି । ପ୍ରଥମ ଦିନ ସମସ୍ତ ନୂଆ ବିଧାୟକଙ୍କୁ ଶପଥ ଦିଆଯାଇଥିଲା । ଏହି ସମୟରେ ଏଆଇଏମ୍‌ଆଇଏମ୍‌ର ଜଣେ ବିଧାୟକ ଶପଥ ନେବା ସମୟରେ ଶପଥ ପତ୍ରରେ ଲେଖାଯାଇଥିବା ‘ହିନ୍ଦୁସ୍ତାନ’ ଶବ୍ଦକୁ ନେଇ ଆପତ୍ତି ଉଠାଇଛନ୍ତି । ଏହାପରେ ସେ ଏହାକୁ ଭାରତ ବୋଲି ପଢିଥିଲେ । ଗୃହରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ବୈଶାଳୀରେ ଜଣେ ଯୁବତିଙ୍କୁ ଜିଅନ୍ତା ଜାଳିଦେବା ମାମଲାକୁ ନେଇ କଂଗ୍ରେସ ପ୍ରଦର୍ଶନ କରିଥିଲା । ଆରମ୍ଭରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରୋଟେମ ସ୍ପିକର ଜିତନ ରାମ ମାଂଝିଙ୍କୁ ପରିଚିତ କରାଇଥିଲେ । ଏହା ୫ ଦିନ ଚାଲି ୨୭ ନଭେମ୍ବରରେ ସମାପ୍ତ ହେବ ।

Share