ରାଜନୀତି ମୈଦାନକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ପାଟନା,୧୫।୧୦: ବଲିଉଡ୍‌ ଅଭିନେତା ତଥା ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା ପୁଅ ଲଭ୍‌ ସିହ୍ନାଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଲଭ୍‌ ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ପାଟନା ସାହିବ ସଂସଦୀୟ ଆସନରୁ ଶତ୍ରୁଘ୍ନ ସିହ୍ନା ଭାଜପା ଟିକେଟରୁ ଦୁଇଥର ନିର୍ବାଚନ ଜିତିଥିଲେ। କିନ୍ତୁ ଗତ ଲୋକ ସଭା ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ। ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Share