Posted inଜାତୀୟ

ବିହାର ନିର୍ବାଚନ:୩୫ ଲକ୍ଷ ସାଇଲେଣ୍ଟ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର!

ପାଟନା,୫ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିଗୁଲ ବାଜି ସାରିଛି । ସମସ୍ତେ ସମସ୍ତଙ୍କ ହିସାବରେ ଏହି ଖେଳରେ ବିଜୟ ଲାଭ କରିବାକୁ ଚେଷ୍ଟା ଚଳାଇଛନ୍ତି । କେଉଁଠି ଜାତିଗତ ଦୃଷ୍ଟିକୋଣ ଓ ଆଉ କେଉଁଠି ବିକାଶକୁ ମାଧ୍ୟମ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ହେଲେ ଏହା ଭିତରେ ନେତାଙ୍କ ଚିନ୍ତା ବଢାଇଛନ୍ତି ୩୫ ଲକ୍ଷ ଭୋଟର । ଏମାନଙ୍କୁ କୁହାଯାଉଛି ସାଇଲେଣ୍ଟ ଭୋଟର । ଏମାନଙ୍କ ମଧ୍ୟରେ ପାଖାପାଖି ୧୩ ଲକ୍ଷ ମତଦାତା ଏମିତି ଅଛନ୍ତି ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ । ସେହିଭଳି ୬ଲକ୍ଷ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ଏମାନେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆସିପାରିବେ ନାହିଁ ବୋଲି ସରକାର ସେମାନଙ୍କ ପାଇଁ ସୁବିଧା କରିଛନ୍ତି । ଏମାନଙ୍କ ପାଖରେ ୨୩ଡି ଫର୍ମ ପହଞ୍ଚାଇ ଦିଆଯିବା ପରେ ଏମାନେ ଘରେ ଭୋଟ ଦେଇପାରିବେ ବୋଲି କୁହାଯାଇଛି । ସାଇଲେଣ୍ଟ ଭୋଟର ତାଲିକାରେ ଆସୁଛନ୍ତି ପ୍ରବାସୀ ଶ୍ରମିକ । ଏମାନଙ୍କ ସଂଖ୍ୟା ବି କିଛି କମ୍ ନାହିଁ । ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି ପାଖାପାଖି ୧୬ ଲକ୍ଷ ଭୋଟର । ଏମାନେ ଘରଠାରୁ ବାହାରେ ଥିବାରୁ କେବେ ଭୋଟ ଦେଇ ପାରୁ ନ ଥିଲେ । ହେଲେ କରୋନା ମହାମାରୀ ପରେ ଏମାନେ ନିଜ ନିଜ ରାଜ୍ୟକୁ ଫେରିଥିବା ବେଳେ ଏଥର ବିହାର ବିଧାନସଭା ନିର୍ବାଚନରେ ଏମାନେ ଭୋଟ ଦେବେ । ଏମାନଙ୍କର ଭୋଟ କାହା ନିକଟକୁ ଯିବ ତାକୁ ନେଇ ରାଜନୈତିଙ୍କ ପଣ୍ଡିତଙ୍କ ମୁଣ୍ଡ ମଧ୍ୟ ବୁଲି ଯାଉଛି । ଏହା ଉପରେ ଚାଲିଥିବା ଅଭିଯାନ ପରେ ଜଣାପଡିଛି କି ଏମାନଙ୍କ ମଧ୍ୟରୁ ପାଖାପାଖି ୧୪ ଲକ୍ଷ ଭୋଟରଙ୍କ ନା ଭୋଟର ତାଲିକାରେ ରହିଛି । ଅନ୍ୟ ପ୍ରାୟ ୨ଲକ୍ଷ ଭୋଟରଙ୍କ ନାଁ ତାଲିକାରେ ନ ଥିବା ବେଳେ ଏବେ କିନ୍ତୁ ସେମାନଙ୍କ ନାଁ ଭୋଟର ତାଲିକାରେ ଉଠାଇ ଦିଆଯାଇଛି । ଯେଉଁଠି ହାରିବା ଜିତିବା ପାଇଁ ଗୋଟିଏ ଗୋଟିଏ ଭୋଟ ବି ମୂଲ୍ୟବାନ୍ ସେଠାରେ ଏଭଳି ୩୫ ଲକ୍ଷ ଭୋଟର ଯେ କୌଣସି ରାଜନୈତିକ ଦଳର ଭାଗ୍ୟ ବଦଳାଇ ଦେଇ ପାରନ୍ତି ବୋଲି କୁହାଯାଉଛି । ତେଣୁ ଏବେ ଏହି ୩୫ ଲକ୍ଷ ଭୋଟର ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛନ୍ତି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri