Categories: ଜାତୀୟ

ପାଣି ଘେରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ

ପାଟନା,୨୬।୬: ମୌସୁମୀ ବର୍ଷାରେ ବେହାଲ ବିହାର। ଶୁକ୍ରବାର ରାତିରେ ବିହାରର ରାଜଧାନୀ ପାଟନାରେ ହୋଇଥିବା ବର୍ଷା ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଯାଇଛି। ବିଧାନସଭା ପରିସରରେ ପ୍ରାୟ ଦେଢ଼ ଫୁଟରୁ ୨ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରେଣୁ ଦେବୀଙ୍କ ଘରେ ହିଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ତାଙ୍କ ବାସଭବନରେ ପ୍ରାୟ ଦେଢ଼ ଫୁଟ ପର୍ଯ୍ୟନ୍ତ ପାଣି ପଶିଯାଇଛି। କେବଳ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ନୁହେଁ ବରଂ ସହରର ଅନ୍ୟ ଅଞ୍ଚଳ ଓ ହସ୍ପିଟାଲରେ ବର୍ଷା ପାଣି ପଶିଯାଇଛି। ଏଥିସହ ସହରର ଅନେକ ରାସ୍ତାରେ ବର୍ଷା ପାଣି ଜମି ଏକପ୍ରକାରର ପୋଖରୀର ଭ୍ରମ ସୃଷ୍ଟି କରୁଛି। ଅନ୍ୟପଟେ ଆସନ୍ତା ୨୪ଘଣ୍ଟାରେ ପାଟନା ଓ ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ଏତଦ୍‌ ବ୍ୟତୀତ ପାଣିପାଗ ବିଭାଗ ପକ୍ଷରୁ ସହରରେ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

 

Share