Categories: ଜାତୀୟ

ବିହାର ମଦମୃତ୍ୟୁ ୩୯କୁ ବୃଦ୍ଧି, ଏହା ଏକ ଗଣହତ୍ୟା: ଭାଜପା

ପାଟନା,୧୫।୧୨: ବିହାରର ସରନ ଜିଲା ଅଧୀନ ଛାପ୍ରା ଅଞ୍ଚଳରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ଗୁରୁବାର ୩୯ରେ ପହଞ୍ଚିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ କେତେକ ପରିବାର ମୃତ୍ୟୁ ଖବରକୁ ଲୁଚାଇ ରଖିଥିଲେ ବୋଲି ସିଭିଲ୍‌ ସର୍ଜନ ତଥା ମେଡିକାଲର ଭାରପ୍ରାପ୍ତ ଅଫିସର ଡ. ସାଗର ଦୁଲାଲ ସିଂ କହିଛନ୍ତି। ଅନ୍ୟପକ୍ଷେ ମଦମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ବିହାର ମହାମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ବିହାରରେ ମଦମୃତ୍ୟୁକୁ ନେଇ ଲୋକ ସଭାରେ ଗୁରୁବାର ଜୋର୍‌ଦାର ହଟ୍ଟଗୋଳ ହୋଇଥିଲା। ଏହା ଏକ ଗଣହତ୍ୟା ବୋଲି ଭାଜପା ସଦସ୍ୟମାନେ ଅଭିଯୋଗ କରିବା ସହ କେନ୍ଦ୍ର ସରକାର ତୁରନ୍ତ ନୀତୀଶ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Share