Categories: ଜାତୀୟ

ଜୀବିତପୁତ୍ରିକା ଉତ୍ସବରେ ଅଘଟଣ: ୨୪ ଘଣ୍ଟାରେ ନଦୀରେ ବୁଡ଼ିଯାଇ ୨୨ ମହିଳାଙ୍କ ମୃତ୍ୟୁ

ପାଟନା,୮ା୧୦: ବିହାରରେ ଜୀବିତପୁତ୍ରିକା ଉତ୍ସବ ପାଳନ ଅବସରରେ ଅଘଟଣ ଘଟିଛି। ନଦୀ, ପୁଷ୍କରିଣୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଜୀବିତପୁତ୍ରିକା ଉତ୍ସବରେ ଭାଗନେଇଥିବା ମହିଳାମାନେ ପିଲାମାନଙ୍କ କଲ୍ୟାଣ ପାଇଁ ଉପବାସ ବ୍ରତ ପାଳନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ମହିଳାମାନେ ନଦୀ ଓ ବିିଭିନ୍ନ ପୁଷ୍କରିଣୀରେ ଗାଧୋଇବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଭୋଜପୁର ଜିଲାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜେହନାବାଦରେ ୪, ପାଟନା ଓ ରୋହତକରେ ୩ ଜଣ ଲେଖାଏ, ଦରଭଙ୍ଗା ଏବଂ ନଓ୍ବଦାରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ କାଇମୁର, ମାଦେପୁରା ଓ ଔରଙ୍ଗାବାଦରେ ଜଣେ ଲେଖାଏ ଗାଧୋଇବା ବେଳେ ବୁଡ଼ିଯାଇ ଜୀବନ ଦେଇଛନ୍ତି।

Share