୭୫ ବର୍ଷ ପରେ ବିସ୍ଫୋରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସବୁଠାରୁ ବଡ଼ ବୋମା

ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବା ସବୁଠାରୁ ବଡ଼ ବୋମା ୭୫ ବର୍ଷ ପରେ ବିସ୍ଫୋରଣ ଘଟିଛି। ନୌସେନାମାନେ ଏହାକୁ ଡିଫ୍ୟୁଜ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। କେନାଲରେ ଏହି ବିସ୍ଫୋରଣ ଘଟିଥିବାରୁ କାହାର କିଛି କ୍ଷତି ହୋଇ ନାହିଁ। ସ୍ବିନୋଓ୍ବସ୍କି ସହରରୁ ବୋମା ମିଳିବା ପରେ ସ୍ଥାନୀୟ ୭୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନର ରୟାଲ ବାୟୁସେନା(ଆର୍‌ଏଏଫ୍‌) ଦ୍ୱାରା ବ୍ୟବହୃତ ଏହି ବୋମାର ଓଜର ପ୍ରାୟ ୫,୪୦୦ କିଲୋଗ୍ରାମ। ୧୯୪୫ ମସିହାରେ ଜର୍ମାନ କ୍ରୁଜର ଲୁଟଜୋ ଉପରେ ହୋଇଥିବା ଆକ୍ରମଣରେ ଆର୍‌ଏଏଫ୍‌ ଦ୍ୱାରା ଏହି ବୋମା ଫିଙ୍ଗାଯାଇଥିଲା।

Share