Categories: ଜାତୀୟ

ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ: ସିଡିଏସ ଅନୀଲ ଚୌହ୍ବାନ…

ନୂଆଦିଲ୍ଲୀ,୧୭।୧୨ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦ ନେଇ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ କହିଛନ୍ତି ଯେ ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ ରହିଛି। ଲିପୁଲେଖ, ବାଦାହୋତି ଏବଂ ଅରୁଣାଚଳ ପ୍ରଦେଶରେ ଚାଇନା ସହିତ ବିବାଦ ଲାଗି ରହିଛି। ସୀମା ପର୍ଯ୍ୟଟନର ସଂସ୍କୃତି ବୃଦ୍ଧି ଉପରେ ସିଡିଏସ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକଙ୍କର ସେମାନଙ୍କର ସୀମା ଦେଖିବାକୁ ଇଚ୍ଛା ଅଛି, ତେଣୁ ସୀମା ପର୍ଯ୍ୟଟନର ସଂସ୍କୃତିକୁ ବୃଦ୍ଧି କରିବାକୁ ପଡ଼ିବ।

ଉତ୍ତରାଖଣ୍ଡର ସୀମାନ୍ତ ଗ୍ରାମରେ ଘଟୁଥିବା ସ୍ଥାନାନ୍ତରଣ ବିଷୟରେ ସିଡିଏସ କହିଛନ୍ତି ଯେ ରାଜ୍ୟର ଅନେକ ଗ୍ରାମ ନିଛାଟିଆ ହୋଇଯାଇଛି। ଏହି ଗ୍ରାମଗୁଡିକ ପୁଣି ସ୍ବାଭାବିକ ହୋଇପାରିବ କି ନାହିଁ ଆମକୁ ସମ୍ଭାବନା ଅନୁସନ୍ଧାନ କରିବାକୁ ପଡିବ। ଦେଶର ସୁରକ୍ଷା କ୍ଷେତ୍ରରେ ସୀମାନ୍ତ ଗ୍ରାମଗୁଡ଼ିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେଥିପାଇଁ ଏହା ଆବଶ୍ୟକ ଯେ ଜନସଂଖ୍ୟା ଏଠାରେ ପୁଣି ସ୍ବାଭାବିକ ହେଉ। ଆମେ ସେଠାରେ ସୀମା ପର୍ଯ୍ୟଟନକୁ ଲୋକପ୍ରିୟ କରିପାରିବା କି ନାହିଁ ତାହା ଦେଖିବାକୁ ପଡ଼ିବ। ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ।

Share