ଦୁର୍ବୁତ୍ତଙ୍କ ଗୁଳିରେ ଆଇଏସ୍‌ଆଇ ଏଜେଣ୍ଟଙ୍କ ମୃତ୍ୟୁ

କାଠମାଣ୍ଡୁ, ୨୨ା୯: ଭାରତକୁ ବିପୁଳ ସଂଖ୍ୟାରେ ନକଲି ନୋଟ ପଠାଉଥିବା ପାକିସ୍ତାନ ଇଣ୍ଟର-ସର୍ଭିସ୍‌ ଇଣ୍ଟେଲିଜେନ୍ସ(ଆଇଏସ୍‌ଆଇ) ଏଜେଣ୍ଟ ଲାଲ୍‌ ମହମ୍ମଦ ଓରଫ୍‌ ମହମ୍ମଦ ଦରଜି(୫୫) ଗତ ୧୯ ତାରିଖରେ ନେପାଳରେ ନିହତ ହୋଇଛନ୍ତି। କେତେଜଣ ଅଚିହ୍ନା ଦୁର୍ବୃତ୍ତ ତାଙ୍କୁ ଗୁଳି କରୁଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି। ମହମ୍ମଦ ଏକ କାର୍‌ରୁ ଓହ୍ଲାଉଥିବା ବେଳେ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ଏଥିରୁ ବର୍ତ୍ତିବା ପାଇଁ କାର୍‌ରେ ଲୁଚିବାକୁ ଚେଷ୍ଟା କରୁଥିଲେ ହେଁ ଆତତାୟୀମାନେ ଗୁଳି ଫୁଟାଇ ଚାଲିଥିଲେ। ମହମ୍ମଦଙ୍କ ଝିଅ ତାଙ୍କୁ ରକ୍ଷା କରିବା ପାଇଁ ପ୍ରଥମ ମହଲା ଛାତରୁ ତଳକୁ ଡେଇଁଥିଲେ ହେଁ ବାପାଙ୍କୁ ବଞ୍ଚାଇ ପାରି ନ ଥିଲେ। ସେଠାରୁ ସେ ଦୌଡ଼ି ପଳାଇଯିବାରେ ସକ୍ଷମ ହୋଇଥିଲେ। ବାଂଲାଦେଶ ଓ ପାକିସ୍ତାନରୁ ଜାଲ୍‌ ନୋଟ୍‌ ନେପାଳକୁ ଯାଉଥିଲା। ଲାଲ୍‌ ମହମ୍ମଦ ତାହାକୁ ସେଠାରୁ ଭାରତ ପଠାଉଥିଲେ। ସେ ଅଣ୍ଡରଓ୍ବାଲର୍‌ଡ ଗ୍ୟାଙ୍ଗ୍‌ଷ୍ଟର ଦାଉଦ୍‌ ଇବ୍ରାହିମ୍‌ଙ୍କ ସହ ଲିଙ୍କ୍‌ ରଖିଥିଲେ। ଅନ୍ୟ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଲାଲ୍‌ ମହମ୍ମଦ ତାଙ୍କ ପାଖରେ ଆଶ୍ରୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିଓ ନୂଆ କ୍ଷମତାକେନ୍ଦ୍ର

ସମରକନ୍ଦ,୧୭।୯: ସୋଭିଏଟ୍‌ ସଂଘର ପୂର୍ବତନ ସଦସ୍ୟ ଉଜ୍‌ବେକିସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଏହାକୁ ନୂଆ...

ଯୁଦ୍ଧର ତୃତୀୟ ଦିନରେ ରାଜଧାନୀ କ୍ୱିଭ ସମେତ ଅନେକ ଅଞ୍ଚଳ ଦଖଲ କଲା ରୁଷିଆ ସେନା

କ୍ୱିଭ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶନିବାର ତୃତୀୟ ଦିନରେ ପହଞ୍ଚିଛି। ଶୁକ୍ରବାର ରାଜଧାନୀ କ୍ୱିଭ ଦଖଲ କରିଥିବା ବେଳେ ଶନିବାର...

ସ୍ତ୍ରୀକୁ ହତ୍ୟାକରି ସିଝାଇଲେ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ସିନ୍ଧରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ନର୍ଗିସଙ୍କୁ ଅନୈତିକ ସମ୍ପର୍କରେ ଲିପ୍ତ ରହିବା ପାଇଁ ସ୍ବାମୀ ଆଶିକ ବାଧ୍ୟ କରୁଥିଲେ। ନର୍ଗିସ୍‌...

ପ୍ରିୟଙ୍କା ବ୍ୟକ୍ତିଗତ ମତ ଦେଇପାରିବେ: ଜାତିସଂଘ

ଜତିସଂଘ: ୟୁନିସେଫ୍‌ ଗୁଡଓ୍ବିଲ୍‌ ଆମ୍ବାସାଡର (ସଦିଚ୍ଛାମୂଳକ ରାଷ୍ଟ୍ରଦୂତ)ଭାବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ବ୍ୟକ୍ତିଗତ ମତ ଦେବା ଅଧିକାର ରହିଛି ବୋଲି ଜାତିସଂଘ ମୁଖପାତ୍ର ପ୍ରକାଶ କରିଛନ୍ତି।...

୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

ଇସଲାମାବାଦ୍‌,୧୪।୧୧: ପାକିସ୍ତାନୀ ଜଳରାଶିରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନର ଲ୍ୟାଣ୍ଡି ଜିଲା ଜେଲରୁ ମୁକ୍ତ କରାଯାଇଛି। ମୁକ୍ତ...

ମୃତ୍ୟୁ ଏଠି ଅପରାଧ

ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ବୀକୃତି। ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ।...

ମହାଭିଯୋଗ ଯାଞ୍ଚ୍‌ର ପ୍ରାଥମିକ ରିପୋର୍ଟ: ଟ୍ରମ୍ପ୍‌ ଦୋଷୀ

ଓ୍ବାଶିଂଟନ,୪।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗର ଯାଞ୍ଚ୍‌ ଜାରି ରହିଛି। ଇତିମଧ୍ୟରେ ଆମେରିକା ସଦନର ନ୍ୟାୟିକ କମିଟି ପକ୍ଷରୁ ଯାଞ୍ଚ୍‌ର ପ୍ରାଥମିକ...

ସୁଗା ହେବେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪।୯-ଜାପାନର ସର୍ବାଧିକ କାଳ ମୁଖ୍ୟ କ୍ୟାବେନେଟ ସଚିବ ରହି ଆସିଥିବା ୟୋଶିହିଡେ ସୁଗା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସୋମବାର ଶାସକ ଲିବେରାଲ ଡେମୋକ୍ରାଟିକ...

Advertisement
Archives

Model This Week