SI ପରୀକ୍ଷା ଜାଲିଆତିରେ ଅଛି ବଡ଼ବଡ଼ିଆଙ୍କ ହାତ: ‘ଓପିଆର୍‌ବି’ର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର,(ସତ୍ୟଜିତ ରାଉତ)/ ବ୍ରହ୍ମପୁର, (ସୁବାସ ଚନ୍ଦ୍ର ପାଢ଼ୀ)/ କଟକ, ୪ା୧୦ (କାର୍ତ୍ତିକ ସାହୁ):ରାଜ୍ୟରେ ଗୋଟିକ ପରେ ଗୋଟିଏ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସୁଛି। ଏବେ ଖୋଦ୍‌ ପୋଲିସ ବିଭାଗରେ ଏସ୍‌ଆଇ ପରୀକ୍ଷା ସ୍କାମ୍‌କୁ ନେଇ ଓଡ଼ିଶା ଚର୍ଚ୍ଚାକୁ ଆସିଥିବାବେଳେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି)ର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି। ୩ ଦଲାଲ ଓ ୧୧୪ ଜଣ ପରୀକ୍ଷାର୍ଥୀ ବୁଧବାରଠାରୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ବେଳେ ଏହି ବଡ଼ କେଳେଙ୍କାରୀର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ। ଇତିମଧ୍ୟରେ କଟକ, ଭୁବନେଶ୍ୱରରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ ତନାଘନା ଚାଲିଥିବାବେଳେ ଏଥିରେ ବଡ଼ ଅଧିକାରୀ, କେତେଜଣ ପ୍ରଭାବଶାଳୀ ବ୍ୟକ୍ତି, କୋଚିଂ ସେଣ୍ଟର ମାଲିକ, ଦଲାଲ ସମ୍ପୃକ୍ତ ଥିବା ଅଭିଯୋଗ ଉଠୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ସେହି ଦିଗକୁ ନେଇ ତଦନ୍ତ ଜୋର୍‌ଦାର କରିଛି। ତେବେ ତଦନ୍ତକାରୀ ଅଧିକାରୀମାନେ ସେହିପରି କିଛି ତଥ୍ୟ ପାଇଥିବା କୁହାଯାଉଥିବାବେଳେ ଚାକିରି ପାଇଁ ଜଣପିଛା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଡିଲ୍‌ ହୋଇଥିଲା ବୋଲି ଜଣାପଡିଛି। କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ବ୍ରହ୍ମପୁରରୁ ଆଉ ୩ ଜଣଙ୍କୁ ଉଠାଇ ନେଇଛି। ଗୋଳନ୍ଥରା ଥାନାରେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପଚରାଉଚରା କରିଥିଲେ। ବହୁ ଘଣ୍ଟା ଧରି ଜେରା କରିବା ପରେ ଡିଜି ଫେରିଥିଲେ। ଆଉ ଜଣେ ଯୁବକଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରା ପରେ ଛଡ଼ାଯାଇଥିଲା। ଗିରଫ ପରୀକ୍ଷାର୍ଥୀଙ୍କ ଭିତରେ କେତେଜଣ ସରକାରୀ ଚାକିରିଆଙ୍କ ପୁଅ ଥିବା ସୂଚନା ମିଳିଛି। ଜଣେ ଅବସରପ୍ରାପ୍ତ ଜେଲ ଡିଆଇଜିଙ୍କ ପୁଅ ବି ଅଭିଯୁକ୍ତଙ୍କ ତାଲିକାରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ପରୀକ୍ଷା ପାଇଁ ଓପିଆର୍‌ବି ଆଇଟିଆଇ ଲିମିଟେଡ୍‌କୁ ଟେଣ୍ଡର ଦେଇଥିଲା। ଆଇଟିଆଇ ସଂସ୍ଥା ସିଲିକନ୍‌ ଟେକଲାବ୍‌ ପ୍ରାଇଭେଟ୍‌ ଲିଃକୁ ଦାୟିତ୍ୱ ଦେଇଥିଲା। ପରେ ସିଲିକନ୍‌ ଏହି ପରୀକ୍ଷା ପରିଚାଳନା ପାଇଁ ପଞ୍ଚସଫ୍ଟ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃକୁ କାମ ଦେଇଥିଲା। ତେବେ ଏହି ସଂସ୍ଥାଗୁଡିକର କର୍ତ୍ତୃପକ୍ଷମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି। ଅପରପକ୍ଷରେ ସିଲିକନ୍‌ ସଂସ୍ଥାର ମାଲିକ ସୁରେଶ ନାୟକଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଉଥିବା ଜଣାପଡିଛି। ତେବେ ଏହି ଘଟଣାରେ ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ପ୍ରଚ୍ଛଦ ହାତ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଶଙ୍କର ଫେରାର ଥିବା ବେଳେ ତାଙ୍କୁ କ୍ରାଇମବ୍ରାଞ୍ଚ ଧରିବାକୁ ଖୋଜାଖୋଜି ଚଳାଇଛି। ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ମୁହଁ ଖୋଲି ନ ଥିବା ବେଳେ ଆଗକୁ ଏଜେନ୍ସି ପକ୍ଷରୁ ସୂଚନା ଦିଆଯିବ ବୋଲି ଜଣାପଡିଛି। ସେପଟେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଡିଏଲଏଫ୍‌ ସାଇବର ସିଟିର ପ୍ରଥମ ମହଲାରେ ପଞ୍ଚସଫ୍ଟ ଅଫିସ୍‌ ରହିଥିବା ବେଳେ ଏହାକୁ ଗୁରୁବାର ପୋଲିସ ସିଲ୍‌ କରିବା ସହ କିଛି ଦସ୍ତାବିଜ୍‌ ଜବତ କରିଥିବା ସୂଚନା ମିଳିଛି। ତେବେ ପଞ୍ଚସଫ୍ଟ ଅଫିସ ସିଲ୍‌ ପରେ ଚତୁର୍ଥ ମହଲାରେ ଥିବା ସିଲିକନ୍‌ ଅଫିସକୁ ମଧ୍ୟ ପୋଲିସ ଯାଇଥିଲା ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୫ ଓ ୬ ତାରିଖରେ ପୋଲିସ ଏସ୍‌ଆଇ ପରୀକ୍ଷା ହେବାର ଥିଲା। ତେବେ ସେପ୍ଟେମ୍ବର ୨୯ ରାତିରେ ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏସି ସ୍ଲିପର୍‌ ବସ୍‌କୁ ପିଛା କରିଥିଲା। ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌.ଙ୍କ ନେତୃତ୍ୱରେ ୩ଟି ଟିମ୍‌ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ପହଞ୍ଚତ୍ ଉକ୍ତ ୩ଟି ବସ୍‌ ସହ ୧୧୭ ଜଣଙ୍କୁ ବ୍ରହ୍ମପୁର ନେଇ ଆସିଥିଲା। ୧୧୭ ଜଣଙ୍କ ମଧ୍ୟରୁ ୧୧୪ଜଣ ଓପିଆର୍‌ବି ପକ୍ଷରୁ ହେବାକୁ ଥିବା ଏସ୍‌ଆଇ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରଶ୍ନପତ୍ର ପାଇଁ ସେମାନେ ଭୁବନେଶ୍ୱରରୁ ବସ୍‌ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଯାଉଥିଲେ। ଗୁପ୍ତଭାବେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱର ଫେରି ପରୀକ୍ଷା ଦେବା ପାଇଁ ସେମାନଙ୍କ ଯୋଜନା ଥିଲା। ପ୍ରତି ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେଇଥାନ୍ତେ। ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଆଉ ୧୫ ଲକ୍ଷ ଦେବା ପାଇଁ ଚୁକ୍ତି କରିଥିଲେ। ପରୀକ୍ଷା ପୂର୍ବରୁ ପୋଲିସ ଉକ୍ତ ଜାଲିଆତିର ପର୍ଦ୍ଦାଫାଶ କରିଥିଲା। ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରାଯାଇ ୩ ଦଲାଲ ଓ ୧୧୪ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ପରୀକ୍ଷାର୍ଥୀ ଗିରଫ ହେବା ଖବର ପାଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି। ସେମାନେ ନିଜ ପିଲାଙ୍କୁ ଭେଟିବା ପାଇଁ ବ୍ରହ୍ମପୁର ଜେଲ ଆଗରେ ଶୁକ୍ରବାର ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri