SI ପରୀକ୍ଷା ଜାଲିଆତିରେ ଅଛି ବଡ଼ବଡ଼ିଆଙ୍କ ହାତ: ‘ଓପିଆର୍‌ବି’ର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର,(ସତ୍ୟଜିତ ରାଉତ)/ ବ୍ରହ୍ମପୁର, (ସୁବାସ ଚନ୍ଦ୍ର ପାଢ଼ୀ)/ କଟକ, ୪ା୧୦ (କାର୍ତ୍ତିକ ସାହୁ):ରାଜ୍ୟରେ ଗୋଟିକ ପରେ ଗୋଟିଏ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସୁଛି। ଏବେ ଖୋଦ୍‌ ପୋଲିସ ବିଭାଗରେ ଏସ୍‌ଆଇ ପରୀକ୍ଷା ସ୍କାମ୍‌କୁ ନେଇ ଓଡ଼ିଶା ଚର୍ଚ୍ଚାକୁ ଆସିଥିବାବେଳେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି)ର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି। ୩ ଦଲାଲ ଓ ୧୧୪ ଜଣ ପରୀକ୍ଷାର୍ଥୀ ବୁଧବାରଠାରୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ବେଳେ ଏହି ବଡ଼ କେଳେଙ୍କାରୀର ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ। ଇତିମଧ୍ୟରେ କଟକ, ଭୁବନେଶ୍ୱରରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ ତନାଘନା ଚାଲିଥିବାବେଳେ ଏଥିରେ ବଡ଼ ଅଧିକାରୀ, କେତେଜଣ ପ୍ରଭାବଶାଳୀ ବ୍ୟକ୍ତି, କୋଚିଂ ସେଣ୍ଟର ମାଲିକ, ଦଲାଲ ସମ୍ପୃକ୍ତ ଥିବା ଅଭିଯୋଗ ଉଠୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ସେହି ଦିଗକୁ ନେଇ ତଦନ୍ତ ଜୋର୍‌ଦାର କରିଛି। ତେବେ ତଦନ୍ତକାରୀ ଅଧିକାରୀମାନେ ସେହିପରି କିଛି ତଥ୍ୟ ପାଇଥିବା କୁହାଯାଉଥିବାବେଳେ ଚାକିରି ପାଇଁ ଜଣପିଛା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଡିଲ୍‌ ହୋଇଥିଲା ବୋଲି ଜଣାପଡିଛି। କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ବ୍ରହ୍ମପୁରରୁ ଆଉ ୩ ଜଣଙ୍କୁ ଉଠାଇ ନେଇଛି। ଗୋଳନ୍ଥରା ଥାନାରେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପଚରାଉଚରା କରିଥିଲେ। ବହୁ ଘଣ୍ଟା ଧରି ଜେରା କରିବା ପରେ ଡିଜି ଫେରିଥିଲେ। ଆଉ ଜଣେ ଯୁବକଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରା ପରେ ଛଡ଼ାଯାଇଥିଲା। ଗିରଫ ପରୀକ୍ଷାର୍ଥୀଙ୍କ ଭିତରେ କେତେଜଣ ସରକାରୀ ଚାକିରିଆଙ୍କ ପୁଅ ଥିବା ସୂଚନା ମିଳିଛି। ଜଣେ ଅବସରପ୍ରାପ୍ତ ଜେଲ ଡିଆଇଜିଙ୍କ ପୁଅ ବି ଅଭିଯୁକ୍ତଙ୍କ ତାଲିକାରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ପରୀକ୍ଷା ପାଇଁ ଓପିଆର୍‌ବି ଆଇଟିଆଇ ଲିମିଟେଡ୍‌କୁ ଟେଣ୍ଡର ଦେଇଥିଲା। ଆଇଟିଆଇ ସଂସ୍ଥା ସିଲିକନ୍‌ ଟେକଲାବ୍‌ ପ୍ରାଇଭେଟ୍‌ ଲିଃକୁ ଦାୟିତ୍ୱ ଦେଇଥିଲା। ପରେ ସିଲିକନ୍‌ ଏହି ପରୀକ୍ଷା ପରିଚାଳନା ପାଇଁ ପଞ୍ଚସଫ୍ଟ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃକୁ କାମ ଦେଇଥିଲା। ତେବେ ଏହି ସଂସ୍ଥାଗୁଡିକର କର୍ତ୍ତୃପକ୍ଷମାନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି। ଅପରପକ୍ଷରେ ସିଲିକନ୍‌ ସଂସ୍ଥାର ମାଲିକ ସୁରେଶ ନାୟକଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଉଥିବା ଜଣାପଡିଛି। ତେବେ ଏହି ଘଟଣାରେ ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ପ୍ରଚ୍ଛଦ ହାତ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଶଙ୍କର ଫେରାର ଥିବା ବେଳେ ତାଙ୍କୁ କ୍ରାଇମବ୍ରାଞ୍ଚ ଧରିବାକୁ ଖୋଜାଖୋଜି ଚଳାଇଛି। ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ମୁହଁ ଖୋଲି ନ ଥିବା ବେଳେ ଆଗକୁ ଏଜେନ୍ସି ପକ୍ଷରୁ ସୂଚନା ଦିଆଯିବ ବୋଲି ଜଣାପଡିଛି। ସେପଟେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଡିଏଲଏଫ୍‌ ସାଇବର ସିଟିର ପ୍ରଥମ ମହଲାରେ ପଞ୍ଚସଫ୍ଟ ଅଫିସ୍‌ ରହିଥିବା ବେଳେ ଏହାକୁ ଗୁରୁବାର ପୋଲିସ ସିଲ୍‌ କରିବା ସହ କିଛି ଦସ୍ତାବିଜ୍‌ ଜବତ କରିଥିବା ସୂଚନା ମିଳିଛି। ତେବେ ପଞ୍ଚସଫ୍ଟ ଅଫିସ ସିଲ୍‌ ପରେ ଚତୁର୍ଥ ମହଲାରେ ଥିବା ସିଲିକନ୍‌ ଅଫିସକୁ ମଧ୍ୟ ପୋଲିସ ଯାଇଥିଲା ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୫ ଓ ୬ ତାରିଖରେ ପୋଲିସ ଏସ୍‌ଆଇ ପରୀକ୍ଷା ହେବାର ଥିଲା। ତେବେ ସେପ୍ଟେମ୍ବର ୨୯ ରାତିରେ ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ପୋଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏସି ସ୍ଲିପର୍‌ ବସ୍‌କୁ ପିଛା କରିଥିଲା। ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌.ଙ୍କ ନେତୃତ୍ୱରେ ୩ଟି ଟିମ୍‌ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ପହଞ୍ଚତ୍ ଉକ୍ତ ୩ଟି ବସ୍‌ ସହ ୧୧୭ ଜଣଙ୍କୁ ବ୍ରହ୍ମପୁର ନେଇ ଆସିଥିଲା। ୧୧୭ ଜଣଙ୍କ ମଧ୍ୟରୁ ୧୧୪ଜଣ ଓପିଆର୍‌ବି ପକ୍ଷରୁ ହେବାକୁ ଥିବା ଏସ୍‌ଆଇ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରଶ୍ନପତ୍ର ପାଇଁ ସେମାନେ ଭୁବନେଶ୍ୱରରୁ ବସ୍‌ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଯାଉଥିଲେ। ଗୁପ୍ତଭାବେ ପ୍ରଶ୍ନପତ୍ର ପାଇବା ପରେ ଭୁବନେଶ୍ୱର ଫେରି ପରୀକ୍ଷା ଦେବା ପାଇଁ ସେମାନଙ୍କ ଯୋଜନା ଥିଲା। ପ୍ରତି ପ୍ରାର୍ଥୀ ୨୫ ଲକ୍ଷ ଟଙ୍କା ଦେଇଥାନ୍ତେ। ପ୍ରଥମେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେଲେ ଆଉ ୧୫ ଲକ୍ଷ ଦେବା ପାଇଁ ଚୁକ୍ତି କରିଥିଲେ। ପରୀକ୍ଷା ପୂର୍ବରୁ ପୋଲିସ ଉକ୍ତ ଜାଲିଆତିର ପର୍ଦ୍ଦାଫାଶ କରିଥିଲା। ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରାଯାଇ ୩ ଦଲାଲ ଓ ୧୧୪ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ପରୀକ୍ଷାର୍ଥୀ ଗିରଫ ହେବା ଖବର ପାଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି। ସେମାନେ ନିଜ ପିଲାଙ୍କୁ ଭେଟିବା ପାଇଁ ବ୍ରହ୍ମପୁର ଜେଲ ଆଗରେ ଶୁକ୍ରବାର ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri