ବିଗ୍‌ ବସ୍‌ ତାମିଲ ସିଜନ-୭ର ପ୍ରମୋ ରିଲିଜ୍‌, କମଲ ହାସନଙ୍କ ଧମାକାଦାର କମ୍‌ବ୍ୟାକ୍‌

ଚେନ୍ନାଇ: ବିଗ ବସ ତାମିଲର ନୂଆ ସିଜନକୁ ନେଇ କମଲ ହାସନ ପୁଣି ଫେରିଛନ୍ତି । ବିଗ୍‌ ବସ୍‌ ତାମିଲ ୭ର ନୂଆ ଟିଜର ପ୍ରମୋ ଶେଷରେ ଶୁକ୍ରବାର ଅଭିନେତା ଏବଂ ନିର୍ମାତାଙ୍କ ଦ୍ୱାରା ସୋସିଆଲ ମିଡିଆରେ ଜାରି କରାଯାଇଛି।
ପ୍ରମୋରେ କମଲ ହାସନ ସମୁଦ୍ର ଦ୍ୱାରା ଘେରି ରହିଥିବା ଏକ କାଠ ଡେକ ଉପରେ ଫସି ରହିଥିବାର ନଜର ଆସିଛନ୍ତି। ଧିରେ ଧିରେ ତାଙ୍କ ଉପରେ ଜୁମ ବଢିବା ସହିତ ଅଭିନେତା ମୁହଁରେ ହସ ଫୁଟାଇ ଆଙ୍ଗୁଳି ସାହାଯ୍ୟରେ ଅଙ୍ଗଭଙ୍ଗୀ କରନ୍ତ। ଏହି ସିଜନର ନୂତନ ଲୋଗୋ ମଧ୍ୟ ପ୍ରକାଶ ପାଇଛି। ଏହା ସିଲଭର ଓ ଗୋଲଡେନ ଡିଜାଇନର କମ୍ବିନେଶନ।
ବିଗ ବସ ତାମିଲ ସିଜନ ୭ ଷ୍ଟାର୍‌ ଚ୍ୟାନେଲ ଏବଂ ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମ ଡିଜନି + ହଟଷ୍ଟାରରେ ପ୍ରସାରିତ ହେବାକୁ ଯାଉଛି। ଯଦିଓ ପ୍ରତିଯୋଗୀମାନଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଅଫଇସିୟାଲି ଘୋଷଣା କରାଯାଇ ନାହିଁ, ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଏହି ସିଜନରେ ଜ୍ୟାକଲିନ, ଅଭିନେତା ପୃଥ୍ବିରାଜ, ମହିଳା ବସ ଡ୍ରାଇଭର ଶର୍ମିଲା ଏବଂ ବିଗ ବସ ୬ର ଷ୍ଟାର ରଚିତାଙ୍କ ସ୍ବାମୀ ଦୀନେଶ ଏହି ସିଜନରେ ଦେଖାଯାଇପାରନ୍ତି।
କମଲ ହାସନ ନିକଟରେ ସାନ ଡିଏଗୋ କମିକ-କନ ୨୦୨୩ରେ ନାଗ ଅସୱିନଙ୍କ କଲ୍କି ୨୮୯୮ଏଡି ର ପ୍ରଥମ ଝଲକ ପ୍ରକାଶ କରିଥିଲେ। ଏହି ମୁଭିରେ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ପ୍ରମୁଖ ଭୂମିକାରେ ଅଛନ୍ତି। ଆସନ୍ତା ବର୍ଷ ଜାନୁୟାରୀରେ ଏହା ମୁକ୍ତିଲାଭ କରିବ।
ନିଜର ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିବା କମଲ ହାସନଙ୍କର ବର୍ତ୍ତମାନ ଅନେକ ଗୁଡିଏ ପ୍ରକଳ୍ପ ରହିଛି। ଫିଲ୍ମ ବ୍ୟତୀତ ଅଭିନେତା ପ୍ରସିଦ୍ଧ ଟେଲିଭିଜନ ରିଆଲିଟି ସୋ ବିଗ ବସ ତାମିଲକୁ ମଧ୍ୟ ହୋଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri