ବିଗ୍‌ବସ୍‌ ସିଜନ୍‌ ୧୪: ବାଜି ମାରିଲେ ରୁବିନା

ମୁମ୍ବାଇ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। କଲର୍ସ ଟେଲିଭିଜନ୍‌ରେ ପ୍ରସାରିତ ବିଗ୍‌ବସ୍‌ ସିଜନ୍‌ ୧୪ରେ ବାଜି ମାରିଛନ୍ତି ଲୋକପ୍ରିୟ ଟିଭି ଆକ୍ଟ୍ରେସ୍‌ ରୁବିନା ଦିଲୈକ୍‌। ‘ଅବ୍‌ ସିନ୍‌ ପଲ୍‌ଟେଗା’ ନାମରେ ପରିଚିତ ଏହି ରିୟଲିଟି ଟିଭି ସିରିଜ୍‌ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇଦେଇଛନ୍ତି ହିମାଚଳ ପ୍ରଦେଶର ୩୩ ବର୍ଷୀୟା ରୁବିନା। ଇଣ୍ଡିଆ ଡଟ୍‌ କମ୍‌ ପୋଲ ଅନୁସାରେ ରୁବିନାଙ୍କୁ ସର୍ବାଧିକ ଭୋଟ ମିଳିଛି। ସେ ୭୨.୨% ଭୋଟ ପାଇଥିବାବେଳେ ଫାଷ୍ଟ ରନର ରାହୁଲ ବୈଦ୍ୟଙ୍କୁ ଦର୍ଶକେ ୧୪.୯% ଭୋଟ ଦେଇଛନ୍ତି। ସେହିପରି ସେକେଣ୍ଡ ରନର ଏଲି ଗୋନିଙ୍କୁ ୩.୨% ଭୋଟ ମିଳିଥିବା ଜଣାପଡ଼ିଛି। ରୁବିନା ବିଜୟୀ ହେବା ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
ବିବାଦୀୟ ରିୟଲିଟି ଶୋ’ ବିଗ୍‌ ବସ୍‌ ଗ୍ରାଣ୍ଡ ଫିନାଲେର ଏହି ସିଜନରେ ଘରକୁ କିଏ ଟ୍ରଫି ନେଇଯିବେ ବୋଲି ସମସ୍ତେ ଚାହିଁ ବସିଥିଲେ। ଏଲି ଗୋନି ବାଦ୍‌ ପଡ଼ିବା ପରେ ଟପ୍‌ ୩ ଫାଇନାଲିଷ୍ଟ ନିକ୍କି ତାମ୍ବୋଲି, ରୁବିନା ଦିଲୈକ ଓ ରାହୁଲ ବୈଦ୍ୟଙ୍କ ଉପରେ ସଭିଙ୍କ ନଜର ରହିଥିଲା। ଶେଷରେ ରୁବିନା ପିନ୍ଧିଛନ୍ତି ବିଜୟୀ ମୁକୁଟ। ଆଇଭୋରି କଲର ଗାଉନ୍‌ରେ ରୁବିନା କୌଣସି ରାଜକୁମାରୀଠାରୁ କମ୍‌ ମନେହେଉ ନ ଥିଲେ। ତାଙ୍କର ଏହି ଲୁକ୍‌କୁ ପ୍ରଶଂସାରେ ପୋତିଦେଇଛନ୍ତି ପ୍ରଶଂସକ। ଫ୍ୟାନ୍‌ମାନେ ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିବାରେ ଲାଗିଛନ୍ତି। ବାସ୍ତବରେ ଦେଖିଲେ ରୁବିନା ହେଉଛନ୍ତି ବିବି ୧୪ ହାଉସ୍‌ର ମୋଷ୍ଟ ଷ୍ଟାଇଲିଷ୍ଟ କଣ୍ଟେଷ୍ଟାଣ୍ଟ। ସେ କେବଳ ନିଜର ହେଡ୍‌ଷ୍ଟ୍ରଙ୍ଗ୍‌ ପର୍ସନାଲିଟି ପାଇଁ ନୁହେଁ, ବରଂ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚିତ। ପାରମ୍ପରିକ ଶାଢ଼ି ହେଉ ଅଥବା ଜୁଏଲେରି ସହ ଫେସନେବୁଲ୍‌ ଲୁକ୍‌କୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଥାଆନ୍ତି।
ପ୍ରକାଶ ଯେ, ୨୦୨୦ ଅକ୍ଟୋବର ୩ରେ ଆରମ୍ଭ ହୋଇଥିବା ବିଗ୍‌ ବସ୍‌ ସିଜନ୍‌ ୧୪ରେ ଅଭିନେତା ସଲମାନ୍‌ ଖାନ୍‌ ୧୧ ଥର ପାଇଁ ହୋଷ୍ଟ କରୁଥିଲେ। ୧୯୮୭ ଅଗଷ୍ଟ ୨୬ରେ ହିମାଚଳ ପ୍ରଦେଶ ରାଜଧାନୀ ଶିମ୍‌ଲାରେ ରୁବିନା ଦିଲୈକ୍‌ଙ୍କ ଜନ୍ମ। ବାପାଙ୍କ ନାମ ଗୋପାଳ ଦିଲୈକ ଓ ମାତା ଶକୁନ୍ତଳା ଦେବୀ। ରୁବିନା ଆଇଏଏସ୍‌ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ଅଭିନେତ୍ରୀ ହେବା ଲେଖାଥିଲା। ୨୦୦୮ରେ ଅଭିନୟ ଆରମ୍ଭ କରିଥିବା ଏହି ସୁନ୍ଦରୀଙ୍କୁ ଜି ଟିଭିର ଛୋଟିବୋହୂ ଧାରାବାହିକର ରାଧିକ ଚରିତ୍ର ଲୋକପ୍ରିୟତା ଆଣିଦେଇଥିଲା। କଲର୍ସର ଦେବୋ କା ଦେବ ମହାଦେବରେ ମଧ୍ୟ ରୁବିନା ସୀତା ଚରିତ୍ରରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଏମିତି କହିଦେଲେ ନିଶକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri