ବିବାହ କରିବେ ଅର୍ଶୀ

ବମ୍ବେ: ବିବାହ କରିବେ ବିଗ୍‌ବସ୍‌ ଫେମ୍‌ ଅର୍ଶୀ ଖାଁ। ବ୍ୟବସାୟୀ ପ୍ରେମିକଙ୍କ ହାତ ଧରିବେ ସେ। ଏନେଇ ନିକଟରେ ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି। ହେଲେ ସେ କେବେ ଆଉ କାହାକୁ ବିବାହ କରିବେ ତାହାକୁ ଗୋପନୀୟ ରଖିବାକୁ ଚାହିଁଛନ୍ତି।

ପୂର୍ବରୁ ଅର୍ଶୀ ଈଶାନ ମସୀହଙ୍କୁ ଡେଟ୍‌ କରୁଥିବା ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏସବୁ ଖବରକୁ ସେ ଖଣ୍ଡନ କରିଛନ୍ତି। ଈଶାନ କେବଳ ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି।

ତେବେ ଅର୍ଶୀଙ୍କ ପ୍ରେମିକ ବ୍ୟବସାୟୀ ହୋଇଥିବା ବେଳେ ଶୋ’ବିଜ୍‌ ସହ ତାଙ୍କର ସମ୍ପର୍କ ନାହିଁ। ବର୍ଷକ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ହେଲେ ନିଜ ଜୀବନକୁ ନେଇ କୌଣସି ଚର୍ଚ୍ଚା ହେଉ ବୋଲି ସେ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

Share